ନୂଆଦିଲ୍ଲୀ: ସରକାର ଏବଂ ଆରବିଆଇଙ୍କ ପ୍ରଚେଷ୍ଟା ସତ୍ତ୍ୱେ ମୁଦ୍ରାସ୍ଫୀତି ହାର ହ୍ରାସ ହେବାର ନାଁ ଧରୁନି । ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟା ୫.୪୮% ହ୍ରାସ ପାଇଥିଲେ ସୁଦ୍ଧା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାରେ ଅସମର୍ଥ । ନିକଟରେ ଏକ ରିପୋର୍ଟରୁ ପ୍ରକାଶ କି ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବା ଏବଂ ବେସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଏକକ ସଂଖ୍ୟାରେ ରହୁଥିବାରୁ ମଧ୍ୟବିତ୍ତଙ୍କ କ୍ରୟ କ୍ଷମତା ହ୍ରାସ ପାଉଛି । ଏହାର ସିଧାସଳଖ ପ୍ରଭାବ ଜିଡିପି ପରିସଂଖ୍ୟାନରେ ଦେଖିବାକୁ ମିଳୁଛି । ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୨ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ।
ଏହି ବଣ୍ଡ୍ ସ୍କିମ୍ ୨ଟି ଉପାୟରେ କାମ କରିବ
ଜିଡିପିରେ ହ୍ରାସ ସରକାରଙ୍କ ଚିନ୍ତା ବଢ଼ାଇଛି । ବର୍ତ୍ତମାନ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତି ମୁକାବିଲା କରିବା ତଥା ନିରାପଦ ବିନିଯୋଗ ଯୋଗାଇବା ବିକଳ୍ପ ଦେବା ପାଇଁ ଏକ ସ୍ୱତନ୍ତ୍ର ବଣ୍ଡ୍ ଲଞ୍ଚ୍ କରିବାକୁ ଯୋଜନା କରୁଛନ୍ତି । ଏହି ବଣ୍ଡ୍ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଆର୍ଥିକ ସୁରକ୍ଷା ମଧ୍ୟ ପ୍ରଦାନ କରିବ । ଆସନ୍ତା ଫେବୃଆରୀରେ ବଜେଟ୍ ଅର୍ଥ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ । ନ୍ୟାସନାଲ ବ୍ୟାଙ୍କ ଫର୍ ଫାଇନାନ୍ସିଂ ଇନଫ୍ରଷ୍ଟ୍ରକ୍ଚର ଡେଫେଲପମେଣ୍ଟ ଏହି ନୂତନ ସ୍କୀମ୍ ଆଣିପାରେ । ଏହି ଅନୁଷ୍ଠାନକୁ ସରକାରଙ୍କ ସମର୍ଥନ ଏବଂ ବଜାରରୁ ପୁଞ୍ଜି ସଂଗ୍ରହ ପାଇଁ ବିଭିନ୍ନ ପ୍ରକାର ବଣ୍ଡ୍ ଜାରି କରିବାର ଅଧିକାର ରହିଛି । ପବ୍ଲିକ ସେକ୍ଟର କମ୍ପାନୀ ତରଫରୁ ଟିକସ ସଞ୍ଚୟ ବଣ୍ଡ୍ ବନ୍ଦ କରିଦିଆଯାଇଛି । ଫଳରେ ବର୍ତ୍ତମାନ କେବଳ ପିପିଏଫ୍, ସୁକନ୍ୟ ସମୃଦ୍ଧି ଯୋଜନା, ଡାକଘର ସଞ୍ଚୟ ଯୋଜନା ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଭଳି ଛୋଟ ସଞ୍ଚୟ ବିକଳ୍ପ ରହିଛି । ରାଷ୍ଟ୍ରାୟତ କମ୍ପାନୀ ଦ୍ୱାରା ଜାରି କରାଯାଉଥିବା ଆରବିଆଇ ବଣ୍ଡ୍ ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ବଣ୍ଡ ଏପରି ଯୋଜନା ଯାହାର ପରିପକ୍ୱତା ସମାପ୍ତ ହୋଇଯାଇଛି କିମ୍ବା ଯାହାକୁ ବନ୍ଦ କରିଦିଆଯାଇଛି । ପୂର୍ବରୁ ଏହି ବଣ୍ଡ୍ ଗୁଡ଼ିକ ଟିକସ ମୁକ୍ତ ଥିଲା ।
ବର୍ତ୍ତମାନ ନୂଆ ଟ୍ୟାକ୍ସ ରିଜାଇମ୍ ଅନ୍ତର୍ଗତ ସରକାର ସମସ୍ତ ପ୍ରକାର ଛାଡ଼କୁ ରଦ୍ଦ କରିଛନ୍ତି । ମୁଦ୍ରାସ୍ପୀତି ବ୍ୟକ୍ତିର କ୍ରୟ ଶକ୍ତିକୁ ପ୍ରଭାବିତ କରିଥାଏ । ତେଣୁ ନିବେଶ ଏପରି ହେବା ଉଚିତ ଯାହା ବଢ଼ୁଥିବା ମୁଦ୍ରାସ୍ଫୀତିକୁ ମାତ୍ ଦେଇପାରିବ । ଆପଣଙ୍କ ନିବେଶର ଅଭିବୃଦ୍ଧି ହାର ମୁଦ୍ରାସ୍ଫୀତି ହାର ଠାରୁ ଅଧିକା କିମ୍ବା ସମାନ ନଥିଲେ ଲାଭରେ ନକାରାତ୍ମକତା ଦେଖାଦେଇପାରେ ।