fbpx

୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିକୁ ନେଇ ଆସିଲା ବଡ଼ ଅପଡେଟ: ନୂଆ ଆଦେଶ ଜାରି କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନେ ଏଣିକି ୧୫ ବର୍ଷ ବା ଅଧିକ ପୁରୁଣା ଯାନର ବ୍ୟବହାର କରିପାରିବେ ନାହିଁ । ପ୍ରଦୂଷଣ, ଯାତ୍ରୀ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଆଦେଶ ଜାରି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ, ‘ସେବା’ ପାଇଁ ଅନୁପଯୁକ୍ତ ସମସ୍ତ ୧୫ ବର୍ଷ ପୁରୁଣା ଯାନକୁ କବାଡ଼ରେ ବଦଳା ଯିବ ।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ଏକ କାର୍ଯ୍ୟାଳୟ ସ୍ମାରକପତ୍ରରେ କହିଛି ଯେ, ପ୍ରଦୂଷଣ ସ୍ତର ହ୍ରାସ, ଯାତ୍ରୀ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି । ଏହି ସ୍ମାରକପତ୍ରରେ କୁହାଯାଇଛି ଯେ, ସରକାରଙ୍କ ସଂସ୍କାରର ବ୍ୟାପକ ଉଦ୍ଦେଶ୍ୟକୁ ବିଚାରକୁ ନେଇ ନୀତି ଆୟୋଗ ଏବଂ ସଡକ ପରିବହନ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ୧୫ ବର୍ଷ ପୁରୁଣା କିମ୍ବା ‘ସେବା’ ପାଇଁ ଅନୁପଯୁକ୍ତ ଥିବା ଯାନକୁ ନେଇ ଏବେ ଜାରି ଥିବା ନିୟମରେ ପୁନର୍ବିଚାର କରାଯାଇଛି ।

ସରକାରୀ ସ୍ମାରକପତ୍ରରେ କୁହାଯିବା ପରେ ନିଷ୍ପତ୍ତି ନିଆଯାଇଛି କି, ମନ୍ତ୍ରଣାଳୟ / ବିଭାଗର ଗାଡିଗୁଡିକ ୧୫ ବର୍ଷ ପୁରୁଣା କିମ୍ବା ‘ସେବା’ ପାଇଁ ଫିଟ୍ ନଥିବା ଯାନକୁ କବାଡ଼ରେ ପରିଣତ କରାଯିବ । ଏଥିରେ କୁହାଯାଇଛି ଯେ, ଏହିପରି ଯାନକୁ କେବଳ ପଞ୍ଜୀକୃତ ଯାନ ସ୍କ୍ରାପ୍ ସେଣ୍ଟରରେ ସ୍କ୍ରାପ୍ କରାଯିବ । ୧୫ ବର୍ଷ ପୁରୁଣା ଯାନଗୁଡିକ ନିଲାମ ହେବ ନାହିଁ । ବ୍ୟୟ ବିଭାଗ କହିଛି ଯେ ଏହିପରି ଯାନଗୁଡ଼ିକୁ ସ୍କ୍ରାପରେ ପରିଣତ କରିବାର ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ସଡକ ପରିବହନ ମନ୍ତ୍ରଣାଳୟ ଦ୍ୱାରା ପୃଥକ ଭାବରେ ଦିଆଯିବ ।

Get real time updates directly on you device, subscribe now.