fbpx

ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): ରାଜ୍ୟର ଟ୍ୱିନ୍ ସିଟିରେ ଗତ କିଛିଦିନ ହେବ ନକଲି ଜିନିଷ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଭୁବନେଶ୍ୱର ଅନ୍ତର୍ଗତ ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ମଞ୍ଚେଶ୍ୱର ପୋଲିସର ମିଳିତ ସହଯୋଗରେ ଏହି ନକଲି କାରଖାନା ଠାବ କରାଯାଇଛି । ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ମୃଦୁ ପାନୀୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ତେବେ ରାଜ୍ୟରେ ଗତକିଛି ଦିନ ହେବ ଭେଜାଲ ମାଲ୍ ଜବତ ହେବାରେ ଲାଗିଛି । ଜର୍ଦ୍ଦାରୁ ଆରମ୍ଭ କରି ପନିର, ସସ୍ ଆଦି ନକଲି ମାଲ୍ ଜବତ ହେଉଛି ।

Get real time updates directly on you device, subscribe now.