fbpx

ପିଲାଙ୍କ ଲାଳନ ପାଳନ ପାଇଁ ଜରୁରୀ ଏହି ୫ଟି ଜିନିଷ, ଜାଣିନିଅନ୍ତୁ କଣ ରହିଛି ଉପାୟ

ଭୁବନେଶ୍ୱର : ପିଲାଙ୍କ ଲାଳନ ପାଳନ କରିବା ସହଜ ନୁହଁ । ଏମିତିରେ ସମାଜରେ ସମସ୍ତେ ଦୁହେଁ ଦୁହିଁଙ୍କୁ ଜ୍ଞାନ ଦିଅନ୍ତି ଯେ, ପିଲାଙ୍କୁ କିପରି ଲାଳନ ପାଳନ କରାଯାଏ । କିନ୍ତୁ ସବୁ ପିଲାଙ୍କ ସମାନ ସ୍ଵଭାଵ ନଥାଏ । ଘରେ ଆପଣ ଯେଉଁ ପ୍ରକାର ବ୍ୟବହାର କରନ୍ତି ବା ଯେଉଁ ପରିବେଶରେ ପିଲାଙ୍କୁ ରଖିବେ ସେମାନଙ୍କ ଉପରେ ସେହି ପ୍ରକାର ପ୍ରଭାବ ପଡିବ । କିନ୍ତୁ ଅନେକ ଥର ଯଦି ଦୁହେଁ ବାପା ମାଆ ଚାକିରୀ କରୁଥାନ୍ତି, ତେବେ ଏହାର ପ୍ରଭାବ ଅଲଗା ପ୍ରକାରରେ ପଡିଥାଏ. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଲାଙ୍କୁ ସଂସ୍କାର ଦେବା, ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କୁ ଅନ୍ୟମାନଙ୍କର ସମ୍ମାନ କରିବାର ଶିଖାଇବା ।

ଅନେକ ଥର ସତ ଚେଷ୍ଟା ପରେ ମଧ୍ୟ ପିଲାମାନେ ରାଗି, ଖରାପ ଏବଂ କଟୁକଥା କହିଥାନ୍ତି. ଏପରି ବ୍ୟବହାର୍ର କାରଣ ବୁଝିବା ପୂର୍ବରୁ, ମାମଲା ନିଜ ହାତରୁ ଖସି ପଳାଇଥିବା । ତେବେ ଯଦି ଆପଣ ନିଜ ପିଲାଙ୍କ ଲାଳନ ପାଳନ ଭଲ ଭାବରେ କରିବାକୁ ଚାହୁଁଛନ୍ତି, ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ :

ପିଲାଙ୍କୁ କିଭଳି ଶଙ୍ଖଳା ଶିକ୍ଷା ଦେବା : ପିଲାଙ୍କୁ ଅନୁସାଶନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା କେବଳ ପିଲାଙ୍କ ପାଖରେ ନୁହେଁ, ବୟସ୍କମାନଙ୍କ କ୍ଷେତ୍ରରେ ମଧ୍ୟ ସମ୍ମାନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣ ଯାହା କରନ୍ତି ତାହାର ପ୍ରଭାବ ପିଲାଙ୍କ ଉପରେ ପଡିଥାଏ । ଯଦି ଆପଣ ଛୋଟ ଛୋଟ ଜିନିଷ ଉପରେ ପିଲାଙ୍କୁ ଅନୁଶାସନ ଶିଖାନ୍ତି ତେବେ ଏହା ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ, ଯଦି କୌଣସି ପିଲା ଖେଳୁଛି , ତା’ହେଲେ ସେ ନିଜ ଖେଳନା ନିଜେ ହିଁ ପରିଚାଳନା କରିବ, ରାତିରେ ନିଜ ସ୍କୁଲ ବ୍ୟାଗ ନିଜେ ପ୍ରସ୍ତୁତ କରିବା, ଏହା ବ୍ୟତୀତ ଅଧ୍ୟୟନ କଲାବେଳେ ଅଧ୍ୟୟନ କରିବା ଏବଂ ଖେଳିବା ସମୟରେ ଖେଳିବା ଭଳି ଭଲ ଅଭ୍ୟାସ ରଖିବା । ଏହି କାରଣରୁ, ଶିଶୁର ମାନସିକ ବିକାଶ ମଧ୍ୟ ସଠିକ୍ ଭାବରେ ହୋଇଥାଏ ।

ପିଲାଙ୍କୁ ତାଙ୍କର ପୁରା ଦିନ କିପରି ବିତିଛି ପଚାରିବା : ପିଲାମାନେ ଦିନସାରା ତୁମ ସହିତ ରୁହନ୍ତୁ କିମ୍ବା ଆପଣ ଯଦି କାର୍ଯ୍ୟରତ ଅଭିଵାବକ ହୋଇଥାନ୍ତୁ, ଶୋଇବା ପୂର୍ବରୁ ଆପଣ ପିଲାଙ୍କ ସହିତ ସନ୍ଧ୍ୟା କିମ୍ବା ରାତି ସମୟରେ କଥା ହେବା ଉଚିତ୍ ଏବଂ ସେ କ’ଣ କଲା ଏବଂ ଦିନସାରା ସେ କ’ଣ ଶିଖିଲା ତାହା ପଚାରିବା ଆବଶ୍ୟକ । ଏହା କରିବା ଦ୍ୱାରା, ତାଙ୍କର ସ୍ମୃତି ଶକ୍ତି ବଢି଼ଥାଏ ଏବଂ ସେ ମଧ୍ୟ ତାଙ୍କ କଥା ଆପଣଙ୍କ ସହ ବାଣ୍ଟିବାର ଅଭ୍ୟାସ କରିବେ । ଆପଣଙ୍କ ନିଜ ପିଲା ସହିତ ବନ୍ଧନ ମଧ୍ୟ ଗଭୀର ରହିବ ।

ପରସ୍ପର ମଧ୍ୟରେ ବୁଝାମଣା ଠିକ ରଖିବା : ପିଲାଙ୍କୁ ସବୁ ବେଳୈ ଏହା ଅନୁଭବ ହେବା ଦରକାର ଯେ, ଆପଣ ସବୁ ବେଳୈ ତାଙ୍କ ସହ ଅଛନ୍ତି ଏବଂ ସେମାନଙ୍କୁ ନିଜ ଭୁଲକୁ ସୁଧାରିବା ପାଇଁ ସୁଯୋଗ ଦିଅନ୍ତୁ । ଆପଣଙ୍କ ପିଲା ଏବଂ ଆପଣଙ୍କ ମଧ୍ୟରେ ଏଭଳି ବୁଝାମଣା ହୋଇଗଲେ, ଆପଣଙ୍କ ପିଲାମାନେ କୌଣସି ଭୁଲ କରିବା ପୂର୍ବରୁ ସୁଧାରିବା ଆଡକୁ ଧ୍ୟାନ ଦେବେ । ସବୁ ବେଳୈ ପିଲାଙ୍କ କଥାକୁ ଶୁଣନ୍ତୁ, ବୁଝନ୍ତୁ ଏବଂ ଯେତେବେଳେ ସେମାନେ ସ୍ଥିର ମନରେ ଥିବେ ସେତେବେଳେ ପିଲାଙ୍କୁ ବୁଝାନ୍ତୁ । ରାଗିକି ପିଲାଙ୍କୁ କୌଣସି କଥାରେ ବୁଝାଇବା ଠିକ ନୁହେଁ, କାରଣ ଏହା କରିବା ଦ୍ୱାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ପିଲାଙ୍କ ଉପରେ ନିଜର ଆଶା ଥୋପନ୍ତୁ ନାହିଁ : ପ୍ରତ୍ୟେକ ଶିଶୁଙ୍କର ଭିନ୍ନ ଭିନ୍ନ ଦକ୍ଷତା ଅଛି, ତେଣୁ ଆପଣ ତାହାକୁ ଚିହିଁବା ଉଚିତ ଏବଂ ସେମାନେ ଯଅହା କରିବାକୁ ଚାହୁଁଛନ୍ତି ତାଙ୍କୁ ସମର୍ଥନ କରିବା ଉଚିତ । ଆପଣ କ’ଣ ଚାହୁଁଛନ୍ତି ତାହା ଆପଣ ଯଦି ସେମାନଙ୍କୁ ନବୁଝାଇ ପାରୁଛନ୍ତି, ତେବେ ନିଜର ଇଚ୍ଛାକୁ କେବେ ମଧ୍ୟ ସେମାନଙ୍କ ଉପରେ ଥୋପନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ କ୍ଷତି ହୋଇପାରେ ।

ଛୋଟ କଥାରେ ମଧ୍ୟ ପ୍ରଶଂସା କରନ୍ତୁ : ପିଲାଙ୍କ ପ୍ରତ୍ୟେକ ଛୋଟ ଛୋଟ କଥାରେ ପ୍ରଶଂସା କରିବା ଉଚିତ । ଏହା ଦ୍ୱାରା ପିଲାଙ୍କ ଆତ୍ମବିଶ୍ୱାସ ବଢିଥାଏ ଏବଂ ସେମାନେ ସେହି କାମକୁ ଆହୁରୀ ଭଲ ଭାବରେ କରିବା ପାଇଁ ପ୍ରୋତ୍ସାହିତ ହୋଇଥାନ୍ତି । ଯଦି ଅପଣ ପିଲାଙ୍କ ଭଲ କାମ ପାଇଁ ସେମାନଙ୍କୁ ପ୍ରଶଂସା କରନ୍ତି, ତେବେ ସେମାନେ ସେହିଭଳି କାମ ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କରିଥାନ୍ତି ।

Get real time updates directly on you device, subscribe now.