fbpx

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ, ଜାଣନ୍ତୁ କିପରି କରିବେ ଚେକ୍

ନୂଆଦିଲ୍ଲୀ, ୧୫ା୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ।  cbseresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଟ୍ୱିଟ ଯୋଗେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ସେ ଜଣାଇଛନ୍ତି । ଚଳିତବର୍ଷ ଦଶମରେ ୧୭ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃଆରୀ ୧୫ରୁ ମାର୍ଚ୍ଚ ୧୯ ମଧ୍ୟରେ ପରୀକ୍ଷା ହୋଇଥିଲା । ସିବିଏସଇ ଦଶମ ପାସ ହାର ୯୧.୪୬ ପ୍ରତିଶତ ରହିଛି । ଗତବର୍ଷ ଅପେକ୍ଷା ୦.୩୬ ପ୍ରତିଶତ ପାସ ହାର ଅଧିକ ରହିଛି । ତ୍ରିଭେନ୍ଦମ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍ ହୋଇଥିବା ବେଳେ ଭୁବନେଶ୍ୱର ରିଜିଅନରେ ୯୩.୨୦% ପାସ ହାର ରହିଛି । ୧୬ଟି ଜୋନ ମଧ୍ୟରେ ଭୁବନେଶ୍ୱରର ସ୍ଥାନ ସପ୍ତମ ସ୍ଥାନରେ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସର୍ବାଧିକ ପାସ ହାର ୯୯.୨୩%, ଜବାହାର ନବୋଦୟ ବିଦ୍ୟାଳୟରେ ପାସ୍ ହାର ୯୮.୬୬% ରହିଛି । ୧ଲକ୍ଷ ୮୪ହଜାର ୩୮୫ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ୪୧ହଜାର ୮୦୪ ଛାତ୍ରଛାତ୍ରୀ ୯୫ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଏଥର ମେରିଟ ଲିଷ୍ଟ ଓ ଟପର ତାଲିକା ପ୍ରକାଶ କରାଯିବ ନାହିଁ ବୋଲି ସୂଚନା ମିଳିଛି ।
ସେହିପରି ଏଥର ଦ୍ୱାଦଶ ପରି ଦଶମରେ ମଧ୍ୟ ଝିଅଙ୍କ ପାସ୍ ହାର ଅଧିକ ରହିଛି । ଝିଅଙ୍କ ପାସ ହାର ୯୩.୩୧% ରହିଥିବା ବେଳେ ପୁଅଙ୍କ ପାସ ହାର ୯୦.୧୪% ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୩.୧୭ପ୍ରତିଶତ ଅଧିକ ରହିଛି ।

Get real time updates directly on you device, subscribe now.