fbpx

boAT Smartwatch ମାଧ୍ୟମରେ କରିପାରିବେ ଅନଲାଇନ୍ ପେମେଣ୍ଟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଯୁବପିଢ଼ିଙ୍କ ଅଧିକ କ୍ରେଜ୍ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ଲୋକପ୍ରିୟ ବ୍ରାଣ୍ଡ୍ boAT ଏପରି ଏକ ସ୍ମାର୍ଟୱାଚ୍ ପ୍ରସ୍ତୁତ କରିଛି ଯଦ୍ୱାରା ଡିଜିଟାଲ ପେମେଣ୍ଟ ସମ୍ଭବ । boAT ମାଷ୍ଟରକାର୍ଡ଼ ସହ ପାର୍ଟନରସିପ୍ କରି ଏହାର ସ୍ମାର୍ଟୱାଚରେ ଟ୍ୟାପ୍ ଆଣ୍ଡ୍ ପେ ଫିଚର୍ ଉପଲବ୍ଧ କରାଇଛି । ଏହା ଦ୍ୱାରା ବୋଟ୍ ୟୁଜର୍ସ ନିଜ ସ୍ମାର୍ଟୱାଚକୁ boATର ଅଫିସିଆଲ ଆପ୍ ‘କ୍ରେଷ୍ଟ ପେ’ ମାଧ୍ୟମରେ କଣ୍ଟାକ୍ଟଲେସ୍ ପେମେଣ୍ଟ କରିପାରିବେ ।

କ୍ରେଷ୍ଟ ପେ’ ଆପ୍ ମାଧ୍ୟମରେ ୟୁଜର ନିଜ ବିଦ୍ୟମାନ ମାଷ୍ଟର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ଼କୁ ସମର୍ଥିତ ବ୍ୟାଙ୍କ ଗୁଡ଼ିକ ସହ ଲିଙ୍କ୍ କରିବା ପାଇଁ ଅନୁମତି ଦେଇଥାଏ । ଥରେ ସେଟ୍‌ଅପ୍ ହେଲା ପରେ ପେମେଣ୍ଟ କରିବା ପାଇଁ କେବଳ POS ଡିଭାଇସରେ ସ୍ମାର୍ଟୱାଚକୁ ଶୀଘ୍ର ଟ୍ୟାପ୍ କରିବାକୁ ପଡ଼ିଥାଏ । ଏଥିରେ କୌଣସି PINର ଆବଶ୍ୟକତା ନାହିଁ । ଏହା ଦ୍ୱାରା ଦୈନନ୍ଦିନ ଟ୍ରାନଜାକସନକୁ ଆହୁରି ସହଜ କରିଥାଏ । ମାଷ୍ଟରକାର୍ଡ଼ର ଆଡଭାନ୍ସଡ ଟୋକେନାଇଜେସନ୍ ଟେକ୍ନୋଲୋଜି ପ୍ରତେକ ଟ୍ରାନଜାକସନର ସୁରକ୍ଷା ସୁନିଶ୍ଚିତ କରିଥାଏ । ପ୍ରାରମ୍ଭରେ ଏହି ଫିଚର କେବଳ କିଛି ପ୍ରମୁଖ ବ୍ୟାଙ୍କର ମାଷ୍ଟରକାର୍ଡ଼ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିବ । ଖୁବ୍ ଶୀଘ୍ର ଏହା ଅନ୍ୟ ବ୍ୟାଙ୍କକୁ ବିସ୍ତାର କରାଯିବାର ଯୋଜନା ରହିଛି । boATର ସହ ପ୍ରତିଷ୍ଠାତା ତଥା ସିଇଓ ସମୀର ମେହତା ନିଜ ୟୁଜର୍ସଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିବେଚିତ କରିଛନ୍ତି । ସେ କହିଛନ୍ତି, ‘boAT ମାଧ୍ୟମରେ ଆମେ ସବୁବେଳେ ଟେକ୍ନୋଲୋଜିର ସୀମାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛୁ । ମାଷ୍ଟରକାର୍ଡ଼ ସହ ଆମ ପାର୍ଟନରସିପ୍ ୟୁଜର୍ସଙ୍କ କ୍ୟାଶଲେସ୍ ପେମେଣ୍ଟକୁ ଅଧିକ ସୁଗମ ଓ ସୁବିଧାଜନକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।’

Get real time updates directly on you device, subscribe now.