fbpx

ଲକଡାଉନରେ ମହଙ୍ଗା ପଡିଲା ବଟର ଚିକେନ୍: ୩୨ କିମି ଯିବାରୁ ଲାଗିଗଲା ୧.୨୩ ଲକ୍ଷର ଜୋରିମାନା

ଲକଡାଉନ ସତ୍ୱେ ଲୋକମାନେ ନିଜ ସଉକ ଛାଡିବାକୁ ନାରାଜ । ସେହିପରି ଏକ ଅଜବ ଘଟଣା ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାରା ବିଶ୍ୱରେ କରୋନା ପାଇଁ ଲକ ଡାଉନ ଚାଲିଥିବା ବେଳେ ହୋଟେଲ ରେଷ୍ଟୁରାଣ୍ଟ, ବାର ଆଦି ମଧ୍ୟ ବନ୍ଦ ରହିଛି । ଏହି ସମୟରେ ଲୋକମାନେ ନିଜର ପ୍ରିୟ ଖାଦ୍ୟକୁ ଖାଇବା ପାଇଁ ଘରେ ପ୍ରସ୍ତୁତ କରିବାରେ ଲାଗିଛନ୍ତି, କିନ୍ତୁ ମେଲବର୍ଣ୍ଣରେ ଜଣେ ବ୍ୟକ୍ତି ଏହାର କିଛି ଓଲଟା କାର୍ଯ୍ୟ କରିଥିଲେ ।

ମେଲବର୍ଣ୍ଣରେ ଜଣେ ବ୍ୟକ୍ତି ନିଜର ପ୍ରିୟ ବଟର ଚିକେନ୍ ଖାଇବା ପାଇଁ ୩୨ କିଲୋମିଟର ଦୂରକୁ ଚାଲିଯାଇଥିଲେ । କିନ୍ତୁ ବଟର ଚିକେନ ଖାଇବାକୁ ତାଙ୍କୁ ୧ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଲା । ଏବେ ଆପଣ ଭାବୁଥିବେ ଯେ, ବଟର ଚିକେନ କ’ଣ ଏତେ ମହଙ୍ଗା?

ମିଳିଥିବା ଖବର ମୁତାବକ, ବ୍ୟକ୍ତି ଜଣକ ମେଲବର୍ଣ୍ଣର ସିବିଟିରୁ ୩୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ୱେବରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଲକଡାଉନ ଯୋଗୁଁ ବ୍ୟକ୍ତି ଜଣଙ୍କୁ ୧୬୫୨ ଡଲାର ଜୋରିମାନା ପଡିଥିଲା । ଯାହାର ଭାରତୀୟ ମୁଦ୍ରା ଅନୁସାରେ ୧ ଲକ୍ଷ ୨୩ ହଜାର ଟଙ୍କା ।

Get real time updates directly on you device, subscribe now.