ନୂଆଦିଲ୍ଲୀ: ପ୍ରତିଦିନ ଆଙ୍ଗୁଠି ଫୁଟାଇବା ଅନେକ ଲୋକଙ୍କର ଅଭ୍ୟାସ । ଆଉ ଯଦି ଏପରି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗିରୁହେ। ତେବେ ଭବିଷ୍ୟତରେ ଆର୍ଥ୍ରାଇଟିସ୍ ପରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କାନାଡ଼ା ୟୁନିଭର୍ସିଟିର ବିଶେଷଜ୍ଞମାନେ ।
ସେମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାନ୍ତି, ତେବେ ତାଙ୍କର ଆର୍ଥ୍ରାଇଟିସ୍ ହୋଇପାରେ । ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦ଧଙ୍କଠାରେ ଆର୍ଥ୍ରାଇଟିସ୍ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବା ସହ ଆଇରନ୍, ପୋଟାସିୟମ୍ ଓ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି ।