fbpx

ଇଏ କି ପ୍ରକାର ବିମାରୀ, ଫ୍ରିଙ୍ଗରପ୍ରିଣ୍ଟ ହୋଇଯାଉଛି ଗାଏବ: ରୋଗୀଙ୍କୁ ନା ମିଳିବ ଚାକିରି ନା ଯାଇ ପାରିବ ବିଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡଠାରୁ ଆରମ୍ଭ କରି ପ୍ରତ୍ୟେକ ପରିଚୟ ପତ୍ର ପାଇଁ ବାୟୋମେଟ୍ରିକ ଜରୁରୀ ଅଟେ । ଏଥିରେ ଆଙ୍ଗୁଠିର କାଳି ଚିହ୍ନ ନିଆଯାଇଥାଏ । ସାରା ବିଶ୍ୱରେ ଦୁଇ ଜଣ ବ୍ୟକ୍ତିଙ୍କ ସ୍ୱର ବା ଚେହେରା ମିଶିଯାଇପାରେ, ମାତ୍ର ଫ୍ରିଙ୍ଗରପ୍ରିଣ୍ଟ ଅଲଗା ହୋଇଥାଏ । ତେବେ ଯାହାର ଫିଙ୍ଗରପ୍ରିଣ୍ଟ ନଥିବ, ସେ କ୍ଷେତ୍ରରେ କ’ଣ କରାଯିବ । କିଛି ବ୍ୟକ୍ତି ଜନ୍ମରୁ ବିନା ଫିଙ୍ଗରପ୍ରିଣ୍ଟରେ ଜନ୍ମ ଗ୍ରହଣ କରିଥାନ୍ତି । ଏପରି କ୍ଷେତ୍ରରେ ଚାକିରି ଓ ବିଦେଶ ଯାତ୍ରା କ୍ଷେତ୍ରରେ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ଅପରାଧିଙ୍କୁ ଧରିବା, ନିଖୋଜ ଶିଶୁଙ୍କ ସନ୍ଧାନ କରିବା କ୍ଷେତ୍ରରେ ଫିଙ୍ଗରପ୍ରିଣ୍ଟର ସହାୟତା ନିଆଯାଇଥାଏ । ପରିଚୟ ପତ୍ର ତିଆରି କରିବା ସମୟରେ ସର୍ବପ୍ରଥମେ ଆଙ୍ଗୁଠିର ଚିହ୍ନ ନିଆଯାଇଥାଏ । ମାତ୍ର ଏପରି କିଛି ବିମାରୀ ରହିଛି, ଯେଉଁଥିରେ ରୋଗୀର ହାତରେ କୌଣସି ଚିହ୍ନ ରହିନଥାଏ । ଏହା ଏକ ଜେନେଟିକ୍ ରୋଗ ହୋଇଥିବା ବେଳେ ରୋଗୀର ଆଙ୍ଗୁଠି ଉପରେ କୌଣସି ପରିଷ୍କାର ଚିହ୍ନ ରହିନଥାଏ । ଏହି ରୋଗକୁ ଅଡରମେଟୋଗ୍ଲିଫିଆ କୁହାଯାଏ ।

କିଛି ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯିବା ପରେ ଡାକ୍ତର ଏହି ରୋଗ ବିଷୟରେ ଜାଣି ପାରିଥିଲେ । ମଣିଷର ଭ୍ରୁଣ ବିକାଶ ସମୟରେ ହିଁ ତା’ର ଫିଙ୍ଗରପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥାଏ । ମହିଳାଙ୍କ ଗର୍ଭଧାରଣ ସମୟରେ ଶରୀରର ଏକ gene SMARCAD1ରେ ଭ୍ରୁଣର ମ୍ୟୁଟେସନ ହୋଇଥାଏ । ଉକ୍ତ ଜୀନ ଗର୍ଭରେ ଆଙ୍ଗୁଳିର ଚିହ୍ନ ତିଆରି କରିଥାଏ । ଏହି ରୋଗ ପାଇଁ ଚାକିରି ସହିତ ବିଦେଶ ଗସ୍ତ କ୍ଷେତ୍ରରେ ସମସ୍ୟା ଉପୁଜିଥାଏ । ତେଣୁ ଏହି କାରଣରୁ ଏହି ରୋଗକୁ ଇମିଗ୍ରେସନ ଡିଲେ ଡିଜିଜ ମଧ୍ୟ କୁହାଯାଇଥାଏ ।

Get real time updates directly on you device, subscribe now.