fbpx

ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ନିଆଁ ଏତେମାତ୍ରାରେ ବ୍ୟାପି ଥିଲା ଯେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀମାନେ ଜୀବନ ବଞ୍ଚାଇବା ପାଇଁ ଛାତରୁ ଡେଇଁପଡ଼ିଥିଲେ । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି ।

ଏପର୍ଯ୍ୟନ୍ତ ଫ୍ୟାକ୍ଟ୍ରିରେ ଆଉ କେତେ ଲୋକ ଫସିଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ବାହାରେ ଥିବା କର୍ମଚାରୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଭିତରେ ଫସିଥିବା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପାରେ । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ଶୁକ୍ରବାର ବାଙ୍ଗଲାଦେଶରେ ଏଭଳି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.