ବିଲ୍ଡିଂରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୩ ଜଣ, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର: ଗୁଜୁରାଟର ଆସଲାଣ୍ଟିସ ଆପାର୍ଟମେଣ୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ଷଷ୍ଠ ଫ୍ଲୋରରେ ନିଆଁ ଲାଗିଥିବା ସୂଚନା ।

ନିଆଁ ଲାଗିବା ଯୋଗୁ ୩ ଜଣ ଜୀଅନ୍ତା ଜଳିଯାଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୦ ଜଣ ସେ ପ୍ଲୋରରେ ଫସି ରହିଛନ୍ତି ।

ଅଗ୍ନିଶବ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଚେଷ୍ଟା ଚଳାଇଥିବାବେଳେ ଲୋକଙ୍କୁ ଉଦ୍ଧାର କରୁଛି । ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆପର୍ଟମେଣ୍ଟରେ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଫ୍ଲୋରରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । କିନ୍ତୁ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।