Breaking: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଲାଗିଗଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସୂଚନା। କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ଜଗତସିଂହପୁର: ସକାଳୁ ସକାଳୁ ବ୍ୟାଙ୍କରେ ଲାଗିଲା ନିଆଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ।

ଜଗତସିଂହପୁର ଦୁର୍ଗା ବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ସର୍ଟ ସର୍କିଟ ଯୋଗୁଁ ଭୋରୁ ଭୋରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଏଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଅଗ୍ନିବାହୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।