fbpx

ଦିଲ୍ଲୀ ଯାଉଥିବା Spicejet ବିମାନରେ ଲାଗିଲା ନିଆଁ, ଏମରଜେନ୍ସିଂ ଲ୍ୟାଣ୍ଡିଂ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟନା: ପାଟନାରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିବା ସ୍ପାଇସ୍ ଜେଟର ବିମାନରେ ନିଆଁ ଲାଗିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି। ବିମାନରେ ୧୮୫ ଯାତ୍ରୀ ଯାତ୍ରା କରୁଥିଲେ। ହେଲେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ବିମାନର ଇଞ୍ଜିନରେ ନିଆଁ ଲାଗିଛି। ଏହାର ସୂଚନା ମିଳିବା ମାତ୍ରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଲର୍ଟ ମୋଡରେ ରହିଛି। ବିମାନ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଛି।

 

ପାଟନା ଏସଏଏସପିଙ୍କ ଅନୁଯାୟୀ, ଦିନ ୧୨ଟା ୧୦ ମିନିଟରେ ଯେମିତି ବିମାନ ଉଡାଣ ଭରିଲା ଏହାର ଇଞ୍ଜିନରୁ ଧୂଆଁ ଉଠିଥିଲା। ଏହା ପରେ ବିମାନକୁ ସୁରକ୍ଷିତ ଅବତରଣ କରାଯାଇଛି। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଇଞ୍ଜିନରେ ନିଆଁ କେମିତି ଲାଗିଲା ଏହାର କାରଣ ଜଣା ପଡିନାହିଁ।

 

ବିମାନ ବନ୍ଦର ବାହାରେ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ବିମାନରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ବିମାନ ବନ୍ଦରରେ ଅତିରିକ୍ତ ଫାୟର ବ୍ରିଗେଡ ମୁତୟନ କରାଯାଇଛି। ଯାତ୍ରୀଙ୍କ କହିବା କଥା ଉଡାଣ ସମୟରେ ବିମାନରେ କିଛିଟା ତ୍ରୁଟି ଦେଖିବାକୁ ମିଳିଥିଲା ଏବଂ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା।

Get real time updates directly on you device, subscribe now.