fbpx

(Video) ଦିଲ୍ଲୀର ଆୟକର ବିଭାଗ କାର୍ଯ୍ୟାଳୟରେ କିପରି ଲାଗିଲା ନିଆଁ? ପ୍ରାଣ ହରାଇଲେ ଜଣେ ଅଧିକାରୀ; ୭ ଜଣଙ୍କୁ ଉଦ୍ଧାର 

Advertisement

ନୂଆଦିଲ୍ଲୀ: ଦିଲ୍ଲୀରୁ ବଡ ଖବର ସାମ୍ନାକୁ ଆସୁଛି । ଜାତୀୟ ରାଜଧାନୀରେ ଥିବା ଆୟକର କାର୍ଯ୍ୟାଳୟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଆୟକର ବିଭାଗ ବିଲଡିଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପଛରେ ରହିଛି । କୁହାଯାଉଛି ଯେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ମୋଟ ୨୧ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି ।

 

ଏହି ଅଗ୍ନିକାଣ୍ଡରେ ଜଣେ ୪୬ ବର୍ଷୀୟ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନି କିପରି ଲାଗିଲା? ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ । ଏହି ବିଲଡିଂରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି ।

 

ସିଆର ବିଲଡିଂର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ଦଳ ପଠାଯାଇଛି । ଏହା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ୪୬ ବର୍ଷୀୟ ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ ଓ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେ ଅଫିସ୍ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଫୋରେନସିକ୍ ବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

 

ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଅନେକ ଅଗ୍ନିଶମ ବାହିନୀ ସେଠାରେ ଉପସ୍ଥିତ ଅଛନ୍ତି  । ସ୍ଥାନୀୟ ପୋଲିସ ସହିତ ସେଠାରେ କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । କୁହାଯାଉଛି ଯେ ଏହି ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ସିଡ଼ି ମାଧ୍ୟମରେ ଉଦ୍ଧାର କରାଯାଇଛି । ଏହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା ।

Get real time updates directly on you device, subscribe now.