ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ, ଦୋନାକ ମାଲିକଙ୍କ ମୃତ୍ୟୁ

ଜଟଣୀ: କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ ଅଘଟଣ । ଜଟଣୀ ରାଜାବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କପଡ଼ା ଦୋକାନରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ ହୋଇଯାଇଥଇଲା । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଏହି ଅଗ୍ନିକାଣ୍ଡରେ ଦୋକାନ ମାଲିକ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରି ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣଙ୍କ ହେଉଛନ୍ତି ସୂର୍ଯ୍ୟ ମହାପାତ୍ର । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାରୁ ପ୍ରକାଶ ଖୋର୍ଦ୍ଧା ଜଟଣୀ ରାଜାବଜାରରେ ଥିବା ଏକ ଡ୍ରେସ୍ ଦୋକାନ(ଗୌରୀ ଗାର୍ମେଣ୍ଟସ)ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦୋକାନରେ ନିଆଁ ଲାଗିଥିବା ଦେଖି ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବିକଳ ଚିକ୍ରାର କରି ବାହାରକୁ ଧାଇଁଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ପାଣି ଢ଼ାଳି ନିଆଁକୁ ଆୟତ କରିବା ପାଇଁ ପାଣି ଢ଼ାଳି ଥିଲେ । ଏହା ସହ ଦୋକାନ ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହ ଦୋକାନ ଭିତରେ ଫସିଥିବା ମାଲିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ଦୋକାନ ମାଲିକଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଜଟଣୀ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।