fbpx

ତାଜ୍ ଏକ୍ସପ୍ରେସ୍ ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ନିୟୋଜିତ ହେଲେ ୮ଟି ଦମକଳ ବାହିନୀ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସରିତା ବିହାର ଓଖଲା ରେଳ ଷ୍ଟେସନରେ ତାଜ୍ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ୧୨୨୮୦ ନମ୍ବର ତାଜ୍ ଏକ୍ସପ୍ରେସ ଟ୍ରେନ୍ ଓଖଲା ତୁଗଲକବାଗ୍ ବ୍ଲକ୍ ସେକ୍ସନରେ ପହଂଚିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଦିଲ୍ଲୀ DRM ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ଏହା ସହ ୮ଟି ଦମକଳ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ତାଜ୍ ଏକ୍ସପ୍ରେସର ୪ଟି ବଗି ହୁତୁହୁତୁ ହୋଇ ଜଳୁଥିବାର ଭିିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦିଲ୍ଲୀ ଅଗ୍ନିଶମ ସେବା(DFS) ଅଧିକାରୀଙ୍କ କହିବାନୁଯାୟୀ ସୋମବାର ତାଜ୍ ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ପାଖାପାଖି ଏକ କଲ୍ ଆସିଥିଲା । ଏହା ପରେ ନିଆଁକୁ ଆୟତ କରିବା ପାଇଁ ୮ଟି ଦମକଳ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

Get real time updates directly on you device, subscribe now.