fbpx

ମାନସିକ ରୋଗ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଜାପାନ୍ ର ଓସାକାରେ ଥିବା ଏକ ମାନସିକ ରୋଗ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚିକିତ୍ସାଳୟର ୮ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ସେଠାରୁ କେହି ଦୌଡ଼ି ପଳାଇବାର ସୁଯୋଗ ମଧ୍ୟ ପାଇନଥିଲେ । ଅଧଘଣ୍ଟା ମଧ୍ୟରେ ପୂରା ଫ୍ଲୋରରେ ନିଆଁ ଲାଗି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିଲେ ।

ଦମକଳ ବିଭାଗର କହିବା ମୁତାବକ, ବର୍ତ୍ତମାନ ନିଆଁକୁ କାବୁ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ଘଟଣାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା ସେଠାରେ ମାନସିକ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ଏଥିରେ ୨୮ ଜଣ ଆହତ ହୋଇଥିବା ବେଳେ ୨୭ ଜଣ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.