fbpx

ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ ଗ୍ୟାସ୍ ଲିକ୍ ହେବାପରେ ସମୁଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ନିଆଁର କରାଳ ରୂପ ଦେଖିବାକୁ ମିଳିଛି । ସୂଚନା ଯେ, ଅଣ୍ଡର ୱାଟର୍ ରେ ଯାଇଥିବା ପାଇପଲାଇନ୍ ହେଉଛି ମେକ୍ସିକୋର ସରକାରୀ ପେମେକ୍ସ ପେଟ୍ରୋଲ୍ କମ୍ପାନୀର । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୫ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ପାଣି ଜଳୁଥିବା ଦେଖିବାକୁ ମିଳିଥିଲା ।

ମେକ୍ସିକୋରୁ ଲଗାତର ଭାବରେ ଏହାର ଭିଡିଓ ସାମନାକୁ ଆସୁଛି । ଯେଉଁଥିରେ ପାଣିରେ ଲାଗିଥିବା ନିଆଁ ଖୁବ୍ ତୀବ୍ର ଥିବା ଦେଖିବାକୁ ମିଳିଛି । ଏଥିରେ ଦେଖିବାକୁ ମିଳିଛି ଯେ ନିଆଁ ଗୋଲାକାର ଆକୃତିରେ ହୁତ୍ ହୁତ୍ ହୋଇ ଜଳୁଛି । ଯାହା ଖୁବ୍ ଭୟଙ୍କର ଦୃଶ୍ୟମାନ ହେଉଛି । ତେବେ ଏହି ଦୁର୍ଘଟଣାରେ କାହାର ବି ଜୀବନ ହାନି ହୋଇନାହିଁ ।

Get real time updates directly on you device, subscribe now.