fbpx

ବଡ଼ ଖବର… ଶ୍ରୀମନ୍ଦିର ପରିସରରେ ଅଗ୍ନିକାଣ୍ଡ: ବଡ଼ ଦେଉଳରେ ବାରମ୍ବାର ଘଟୁଛି ଅଘଟଣ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ବଡ଼ ଦେଉଳ ଭିତର ବେଢାର ମା କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମନ୍ଦିର କର୍ମଚାରୀ ଲାଇନ୍ କାଯିବା ପରେ ନିଆଁ ଲିଭାଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ନିଆଁ ଆୟତ୍ତ ହେବା ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ସ୍ଥିତିକୁ ଫେରିଛି ।

Get real time updates directly on you device, subscribe now.