fbpx

ଦୀପାବଳିରେ ଫୁଟିବନି ବାଣ, ସୁପ୍ରିମକୋର୍ଟ କହିଲେ ଆମେ କେବଳ ‘ହାପି ଦିୱାଲି’ ବ୍ୟତିତ ଆଉ କିଛି କରିପାରିବୁନି

ନୂଆଦିଲ୍ଲୀ: ଦିୱାଲିରେ ଏଥର ଦିଲ୍ଲୀରେ ଫୁଟିବନି ବାଣ । ବାଣ ଫୁଟା ଉପରେ ଦିଲ୍ଲୀ ସରକାର ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲଗାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏହି ନିଷ୍ପତ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ମୋହର ଲଗାଇଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ବାଣ ଫୁଟାଯିବା ଉପରେ ନିଷେଧାଦେଶକୁ ନେଇ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ବାଣର ଉତ୍ପାଦନ ଓ ବ୍ୟବହାରକୁ ନେଇ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରି ଦେଇ କୋର୍ଟ ଶୁକ୍ରବାର ଉପେରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।

ବାଣ ନିର୍ମାତା ଯାଚିକା ଦାୟର କରି କେବଳ ୩୦ ପ୍ରତିଶତ କମ୍ ଧୁଆଁ ଛାଡୁଥିବା ବାଣ ଉପରେ ମଞ୍ଜୁରୀ ଦେବାକୁ ଅନୁମତି ମାଗିଥିଲେ । କୋର୍ଟ ବେରିୟମ ସଲ୍ଟ ବାଲା ଗ୍ରୀନ ବାଣ ଉତ୍ପାଦନ ଓ ବ୍ୟବହାରକୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଦିଲ୍ଲୀବାସୀ ଏଥର ଦୀପାବଳିରେ କେବଳ ଦୀପ ହିଁ ଜାଳିବେ ।

Get real time updates directly on you device, subscribe now.