ଆସନ୍ତା ୧୬ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର: ବାତ୍ୟା ଆଶଙ୍କା ବି ହେଲା ଦୂର

ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ତାତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ଏବେ ନିସ୍ତାର ନାହିଁ। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଭୟଙ୍କର ଅଗ୍ନିବର୍ଷା। ଅଧିକାଂଶ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡଡିଗ୍ରୀ ଉପରେ ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ଟପିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉପକୂଳରେ ଉଷ୍ମ ଅବସ୍ଥା ଲାଗିରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ସାମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ। ମଙ୍ଗଳବାର ଏହି ଦୁଇ ସ୍ଥାନରେ ରେ ତାତି ୪୫ ଡିଗ୍ରୀ ରହିପାରେ।

୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି। ପାଣିପାଗ ବିଭାଗ ସତର୍କ କରାଇଛି।

ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ କହୁଛି, ପଶ୍ଚିମ ପର୍ଶ ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

୧୯ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ଭୁବନେଶ୍ଵରରେ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି। ଏହା ପର୍ବରୁ ଗତକାଲି ଓ ମାର୍ଚ୍ଚ ୨୮ରେ ବଲାଙ୍ଗୀର ସହରର ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା।

ରବିବାର ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨, ସୁନ୍ଦରଗଡ଼ରେ ଅନୁଗୁଳରେ ୪୧.୭, ୪୧.୮, ହୀରାକୁଦ ও ଝାରସୁଗୁଡ଼ାରେ ୪୧.୬, ସୋନପୁରରେ ୪୧.୪, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରି ଲେଖାଏଁ ରହିଥିଲା |