fbpx

ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼: ୮ ଜଣଙ୍କ ମୃତ୍ୟୁ

ୱାଶିଂଟନ, ୧୭ା୩: ଆମେରିକା ଆଟାଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏହି ଭୟଙ୍କର ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ଟି ସ୍ପା’ ଭିତରେ ଦୁର୍ବୃତ୍ତମାନେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୪ ଜଣ ମହିଳାଙ୍କ ସମେତ ସମୁଦାୟ ୮ ଜଣଙ୍କ ପ୍ରାଣହାନୀ ହୋଇଥିବା ଜଣପଡ଼ିଛି । ତେବେ ଗୁଳିମାଡ଼ର ସଠିକ୍ କାରଣ ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.