fbpx

ବିଳମ୍ବିତ ରାତ୍ରୀରେ ଓକିଲଙ୍କ ଘରେ ପଶି ଗୁଳିକାଣ୍ଡ, ୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରର ମୁଜଫାରପୁରେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇ ହତ୍ୟା କରାଯାଇଛି । ବିଳମ୍ବିତ ରାତ୍ରୀରେ ଜଣେ ଓକିଲଙ୍କ ଘରେ ପଶି ୫ଜଣଙ୍କୁ ଗୁଳି କରାଯାଇଥିବା କଥା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଜମିବାଡି ଡିଲର ଏବଂ ଜଣେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୁଇ ଜଣ ବାଇକରେ ୪ଜଣ ଦୁର୍ବୁତ୍ତ ସେୟଦ କାସିସ ଇସନ ନାମକ ଓକିଲଙ୍କ ଘରେ ପସି, ଗୁଳିଚାଳନା ଆରମ୍ଭ କରିଥିଲେ । ଏହି ଫାଏରିଙ୍ଗରେ ଜମିବାଡି ଡିଲର ଆଶୁତୋଷ ଶାହୀ, ତାଙ୍କ ବଡି ଗାର୍ଡ ମହମ୍ମଦ ନିଜାମୁଦ୍ଦୀନଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଗୁଳିକାଣ୍ଡରେ ଅନ୍ୟ ୩ଜଣ ଗୁରୁତର ଅଛନ୍ତି ।

କୁହାଯାଉଛି ଏହା ଜମିବାଡି ସମ୍ବନ୍ଧୀୟ କୌଣସି ମାମଲା ଅଟେ । ଏହି କାରଣକୁ ଦର୍ଶାଯାଇ ଏପରି ଗୁଳିକାଣ୍ଡ ହେବା କଥା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ଏଥି ସହ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟାକାରୀଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଏସଏସପି କହିଛନ୍ତି ।

Get real time updates directly on you device, subscribe now.