Breaking: ବିଳମ୍ବିତ ରାତ୍ରୀରେ ଢାବା ନିକଟରେ ଗୁଳିମାଡ଼, 2 ଅଟକ
ରଘୁନାଥପାଲି ଥାନା ଦେ'ଗାଁର ଏକ ଢାବା ନିକଟରେ ଫାୟାରିଂ ।
ଭୁବନେଶ୍ବର: ସାମାନ୍ୟ ବଚସାରୁ ପୁଣି ରାଉରକେଲାରେ ଫୁଟିଲା ଗୁଳି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି ।
ରଘୁନାଥପାଲି ଥାନା ଦେ’ଗାଁର ଏକ ଢାବା ନିକଟରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ସାମାନ୍ୟ ବଚସାରୁ ଗଣ୍ଡଗୋଳ ପରେ ଗୁଳିମାଡ଼ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଆରମ୍ଭ କରିଛି ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ବେଳେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିଜଣକ ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି । 2 ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳି ବାଜି ନାହିଁ ।
ତେବେ ଗତମାସ ଫେବୃଆରୀ 23 ତାରିଖରେେ ମଧ୍ୟ ଗୁଳିମାଡ଼ ହୋଇଥିଲା । ତେବେ ବାରମ୍ବାର ଗୁଳିମାଡ଼କୁ ନେଇ ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ । ପୋଲିସ ପାଟ୍ରୋଲିଂ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଗତକାଲି ହୋଇଥିବା ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡି ନାହିଁ ।