fbpx

ସଡକ ଉପରେ ଶୌଚ କରିବାରୁ ଫୁଟିଲା ଗୁଳି, ୬ ଗୁରୁତର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରେ ରବିବାର ଜୋରଦାର ଫାୟାରିଂ ହୋଇଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି ଲାଗିଛି । ତେବେ ଏହି ଗୁଳିକାଣ୍ଡ ପଛରେ ଥିବା କାରଣ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ରାସ୍ତା ଉପରେ ଶୌଚ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣା ଫିରୋଜାବାଦ ଜିଲ୍ଲା ମଟସେନା ଥାନା କ୍ଷେତ୍ର ଅଗରୁପୁରା ଗ୍ରାମର ।

ଏହି ଗୁଳିକାଣ୍ଡରେ ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ପୋଲିସ ୫ ଜଣଙ୍କୁ ଗିରଫ କରି ଥାନାକୁ ନେଇଛି । ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ମାମଲା ରୁଜୁ କରି ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.