fbpx

ଲଞ୍ଚ ହେଲା ଭାରତର ପ୍ରଥମ Brain Mapping Technology, ଏଣିକି ବ୍ରେନ ଟ୍ୟୁମର ଓ ବ୍ରେନ ସର୍ଜରୀ କରିବା ସହଜ ହେବ

ନୂଆଦିଲ୍ଲୀ: ବ୍ରେନ୍ ମ୍ୟାପିଂ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଦିଲ୍ଲୀର ଆଇବିଏସ ହସ୍ପିଟାଲ ଦେଶର ପ୍ରଥମ ବ୍ରେନ୍ ମ୍ୟାପିଂ ଟେକ୍ନୋଲୋଜି ଲଞ୍ଚ କରିଛି । ଦଶନ୍ଧି ଧରି ଏହି ଟେକ୍ନୋଲୋଜି ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଆସୁଥିଲେ । ଏହି ସଫଳତା ପରେ ଏଣିକି ବ୍ରେନ୍ ଟ୍ୟୁମର ଓ ଅନ୍ୟାନ୍ୟ ବ୍ରେନ୍ ସର୍ଜରୀ ସୁରକ୍ଷିତ ଭାବେ ସମ୍ପନ୍ନ କରାଯାଇ ପାରିବ ।

ବ୍ରେନ୍ ମ୍ୟାପିଂ ଟେକ୍ନୋଲୋଜି ଦେଶରେ କାର୍ଯ୍ୟକାରୀ ହେବା ଫଳରେ ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଏହାର ସୁଫଳ ମିଳିପାରିବ । ଏଡଜ ଆଲଗୋରିଦିମ୍ ଓ କ୍ଲାଉଡ କମ୍ପ୍ୟୁଟିଂ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ଏହି ନୂଆ ଟେକ୍ନୋଲୋଜି ନ୍ୟୁରୋସର୍ଜରୀକୁ ବାସ୍ତବତାର ରୂପ ଦେବାରେ ସହାୟତା କରିବ । ଏହାଦ୍ୱାରା ବ୍ରେନ୍ ମ୍ୟାପିଂ, ବ୍ରେନ ଟ୍ୟୁମର ଚିକିତ୍ସା ଓ ବ୍ରେନର ଅନ୍ୟାନ୍ୟ ସଜରୀ ପୂର୍ବାପେକ୍ଷା ସହଜ ହୋଇପାରିବ ।

ବ୍ରେନ ନେଟୱାର୍କ ମାଧ୍ୟମରେ ଭାଷାକୁ ଭାବନାକୁ ଗତି କରାଯାଇପାରିବ । ବ୍ରେନର କାର୍ଯ୍ୟକାରିତାକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ନେଇ ସର୍ଜିକାଲ ଜନିତ ନିଷ୍ପତ୍ତି ବିଷୟରେ ମ୍ୟାପ ସୂଚନା ଦେବ । ଲକ୍ଷ ଲକ୍ଷ ଡାଟା ପଏଣ୍ଟକୁ ସମୀକ୍ଷା କରାଯାଇ ଜଣେ ରୋଗୀ ପାଇଁ ବ୍ରେନ ମ୍ୟାପ ପ୍ରସ୍ତୁତ କରାଯିବ । ଡାକ୍ତରମାନେ କମ୍ପ୍ୟୁଟର ମାଧ୍ୟମରେ ଯେଉଁ ମ୍ୟାପକୁ ଦେଖିବେ ତାହା କ୍ଲିନିକାଲ ସେଟିଂରେ ଉପଲବ୍ଧ ନଥାଏ । ଏହି ସୂଚନା ଦେଇଛନ୍ତି ଆଇବିଏସ ହସ୍ପିଟାଲରେ ନ୍ୟୁରୋସର୍ଜନ ଆଣ୍ଡ ମ୍ୟାନେଜିଂ ଡାଇରେକ୍ଟର ।

Get real time updates directly on you device, subscribe now.