fbpx

ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ମାତ୍ରେ ଦିଲ୍ଲୀରେ ପ୍ରଥମ ଏଫଆଇଆର, ଅଭିଯୁକ୍ତ ବିକୁଥିଲେ ଗୁଟଖା

Advertisement

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ, ସେଣ୍ଟ୍ରାଲ ଦିଲ୍ଲୀର କମଲା ମାର୍କେଟ ଥାନାରେ ନୂଆ ଆଇନ ହିସାବରେ ସୋମବାର ଦିନ ପ୍ରଥମ ମାମଲା ରୁଜ୍ଜୁ ହୋଇଛି । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ ରେଲୱେ ଷ୍ଟେସନ ପାଖରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଠେଲା ଗାଡିରେ ପାଣି-ଗୁଟଖା ବିକ୍ରି କରୁଛି । ଏହି କାରଣରୁ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି । ଏହା ପରେ ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ବିଏନଏସ ଅନୁଯାୟୀ, ଏଫଆଇଆର ଦାଖଲ କରିଛନ୍ତି ।

ପୋଲିସ ଅନେକ ଥର ଠେଲା ଗାଡି ଲଗାଇ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ସେମାନେ ପୋଲିସକର୍ମୀଙ୍କ କଥାକୁ ଅଣଦେଖା କରି ପୁଣି ଏହି ଜିନିଷ କରୁଥିଲେ । ପଚାରିବାରୁ ନିଜର ଅସୁବିଧା କଥା ଜଣାଇ ସେଠାରୁ ସେ ପଳାଇଥିଲେ । ଏହାପରେ ପୋଲିସ ତାଙ୍କର ନାମ ଗାଁ ଠିକଣା ନେଇ ତାଙ୍କ ବିରୋଧରେ ୨୮୫ ଅନୁଯାୟୀ ଏଫଆଇଆର ଦାଖଲ କରି ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହା ଏହି ଆଇନ ଅନୁଯାୟୀ ଦାଖଲ କରାଯାଇଥିବା ପ୍ରଥମ ଏଫଆଇଆର । ସେହିପରି ନୂଆ ଅପରାଧିକ ଆଇନ ଅନୁଯାୟୀ ରାଜ୍ୟରେ ଲକ୍ଷ୍ମୀସାଗରରେ ନୂଆ ମାମଲା ରୁଜ୍ଜୁ ହୋଇଛି ।

Get real time updates directly on you device, subscribe now.