ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ନାମଲେଖା

ଭୁବନେଶ୍ୱର:ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ପାଇଁ ନାମଲେଖା ଆରମ୍ଭ ହେବ । ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ହେଇଛି ୬ ବର୍ଷ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ୱନ୍ଦ୍ୱ ଦୂର କରିଛି ଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାଙ୍କ ବୟସ ୬ କିମ୍ବା ତଦୁର୍ଦ୍ଧ ହେବା ଆବଶ୍ୟକ। ୨୦୨୫-୨୬ ଶିକ୍ଷା ବର୍ଷରୁ ନିୟମ କାର୍ଯ୍ୟକାରୀ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନିୟମ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ।