fbpx

ଉହାନର ଆନିମଲ୍ ମାର୍କେଟରୁ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ସଂକ୍ରମିତ: WHO

ନୂଆଦିଲ୍ଲୀ: କରୋନାର ସଠିକ୍ ଉତ୍ପତ୍ତି ସ୍ଥଳକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଶେଷରେ ସେହି ସ୍ଥାନ ସମସ୍ତଙ୍କ ସାମନାକୁ ଆସିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସ୍ଥାନର ଖୁଲାସା କରିଛନ୍ତି । ଡବ୍ଲୁଏଚଓର ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, କରୋନା ଭାଇରସ୍ ଚୀନର ଉହାନର ଆନିମଲ୍ ମାକେର୍ଟରୁ ହିଁ ବ୍ୟାପିଛି । ସେଠାରେ କାମ କରୁଥିବା ଜଣେ ଭେଣ୍ଡରଙ୍କୁ ପ୍ରଥମେ କରୋନା ଭାଇରସ୍ ସଂକ୍ରମିତ କରିଥିଲା । ଉକ୍ତ ଭେଣ୍ଡର୍ ଜଣେ ମହିଳା ଥିଲେ ।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, କରୋନା ସଂକ୍ରମିତ ଭେଣ୍ଡର୍ ଚୀନର ଉହାନ୍ ସହରର ହୁଆନାନ୍ ରେ ଜିଅନ୍ତା ପଶୁ ବଜାରରେ କରୁଥିଲେ । ତେବେ ୨୦୧୯ରେ ଜଣେ ଆକାଉଣ୍ଟାଣ୍ଟ୍ ପ୍ରଥମ କରୋନା ସଂକ୍ରମିତ ନୁଅନ୍ତି । ତାଙ୍କ ପୂର୍ବରୁ ହିଁ ଏହି ମହିଳା ଭେଣ୍ଡର୍ ଜଣକ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏହି ମହିଳାଙ୍କ ମାମଲାକୁ ଗୁରୁତର ଭାବରେ ନିଆଯାଇନଥିଲା । କିନ୍ତୁ ତାଙ୍କ ଠାରେ କରୋନାର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା ।

ସୂଚନାରୁ ଜଣାପଡ଼ିଛି ଯେ, ମହିଳା ଭେଣ୍ଡର ଜଣକ ହୁଆନାନ୍ ର ସିଫୁଡ୍ ହୋଲସେଲ୍ ମାର୍କେଟ୍ ରେ କାମ କରୁଥିଲେ । ଏହାପରେ ସେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଷ୍ଟଡି ପରେ ସଫା ସଫା ଜଣାପଡ଼ିଛି ଯେ, କରୋନା ଭାଇରସ୍ ଉହାନ୍ ରୁ ଉତ୍ପତ୍ତି ହୋଇଛି । ଯାହା ସାରା ବିଶ୍ୱକୁ ଥରାଇ ରଖିଦେଇଛି । ଏନେଇ ଡବ୍ଲୁଏଚଓର ଜଣେ ବିଶେଷଜ୍ଞ ରିସର୍ଚ୍ଚ କରୁଥିଲେ । ତାଙ୍କ ଦୁନିଆର ଅନେକ ବିଶେଷଜ୍ଞ ସେମାନଙ୍କ ଅଧ୍ୟୟନ ଜାରି ରଖିଛନ୍ତି ।

Get real time updates directly on you device, subscribe now.