fbpx

ପ୍ରଥମେ ଡେଟିଙ୍ଗ ପରେ ପ୍ରେମ, ଧୁମଧାମର ସହ ନିଜ ନିଜ ଭିତରେ ବାହାହେଲେ ଦୁଇ ଯୁବତୀ

ସାଧାରଣ ଭାବେ ଜଣେ ପୁରଷ ଓ ମହିଳାଙ୍କ ମଧ୍ୟରେ ପ୍ରେମ ଏବଂ ବାହାଘର ହୋଇଥାଏ । ହେଲେ ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି । ମହିଳାମନେ ନିଜନିଜ ଭିତରେ ବିବାହ କରୁଛନ୍ତି । ତେବେ ଏମିତି ଅନ୍ୟ ଏକ ଘଟଣା ମୁମ୍ବାଇ ସହରରେ ଦେଖିବାକୁ ମିଳିଛି । ଦୁଇଜଣ ମହିଳା ନିଜ ନିଜ ମଧ୍ୟରେ ଖୁବ ଧୁମଧାମରେ ବିବାହ କରିଛନ୍ତି । ପ୍ରଥମେ ଏହି ଦୁଇଜଣ ଡେଟ କରିଥିଲେ ପରେ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ସତ ହେଲେ ଏହିଁ ଦୁହିଁଙ୍କ ପ୍ରେମ କାହାଣୀରେ ବହୁତ ଦୁଃଖ ମଧ୍ୟ ଅଛି ।

ଏହି ଦୁଇ ମହିଳାଙ୍କ ନାମ ହେଉଛି ପାୟଲ ଏବଂ ଯଶବିକା । ସୂଚନା ଅନୁସାରେ ଏହି ଦୁହେଁ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ । ୨୦୧୮ ମସିହାରେ ଏମାନେ ପରସ୍ପରକୁ ଭେଟ କରିଥିଲେ । ପାୟଲ ଲୁଧିୟାନାରେ ଚାକିରୀ କରୁଥିବା ବେଳେ ଯଶବିକା ନୈନିତାଲରେ କାମ କରୁଥିଲେ । ହେଲେ ପ୍ରତିମାସରେ ଏହି ଦୁହେଁ ଦେଖା କରିବାକୁ ଜଣେ ଜଣଙ୍କ ସହରକୁ ଯାଇଥାନ୍ତି । ହେଲେ କରୋନା ଲକଡାଉନ ସମୟରେ ଦୁହେଁ ଏକାଠି ରହିବାକୁ ସ୍ଥିର କରିଥିଲେ ।

ଏକାଠି ହୋଇ ରହିବା ସମୟରେ ସେ ନିଜ ନିଜ ପରିବାରକୁ ବିବାହ କଥା ଜଣାଇଥିଲେ । ଘର ଲୋକେ ମଧ୍ୟ ଏହି ବିବାହକୁ ଶ୍ୱୀକାର କରିଥିଲେ । ସେଥିପାଇଁ ସେମାନେ ଏହି ୨୦୨୨ର ଅକ୍ଟୋବର ମାସରେ ବହୁ ଧୁମଧାମରେ ବିବାହ କରିଥିଲେ । ଏମାନଙ୍କ ବିବାହରେ ତାଙ୍କର ସାଙ୍ଗମାନେ ବିବାହରରେ ଯୋଗ ଦେଇଥିଲେ । ବାହାଘରରେ ପାୟଲ ସେରୱାନୀ ପିନ୍ଧିବା ସହ ଯଶବିକା ଲେହଙ୍ଗା ପିନ୍ଧିଥିଲେ । ଏମାନଙ୍କ ବିବାହ ହିନ୍ଦୁ ରୀତିନୀତିରେ ସମ୍ପର୍ଣ୍ଣ କରାଯାଇଥିଲା ।

ବିବାହ ହଇସାରିବା ପରେ ଏମାନେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଏଥିରେ ଜୀବନର ଭଲ ଭଲ ମୂହୂର୍ତ୍ତକୁ ସେୟାର କରୁଛନ୍ତି ଚ୍ୟାନେଲରେ । ତେବେ କିଛିଦିନ ତଳେ କରୱା ଚୌଥ ପାଳନ କରି ଭିଡିଓ ସେୟାର କରିଥିଲେ । ଏଥିରେ ତାଙ୍କର ଫଲୋର୍ସ ସଂଖ୍ୟା ବଢିବାରେ ଲାଗିବା ସହ ୨ଦମ୍ପତି ଚର୍ଚ୍ଚର୍ରେ ରହିରହିଛନ୍ତି । ଏଥିପାଇଁ ସେମାନେ ଲୁଧୀୟାନା ରୁ ମୁମ୍ବାଇ ସିପ୍ଟ କରିଛନ୍ତି । ଏମାନଙ୍କ ବହୁ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅଛି ଯାହା ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.