fbpx

ପ୍ରଥମେ ଦୁଇ ପିଲା ଓ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ, ଶେଷରେ ନିଜେ ଜୀବନ ହାରିଲେ

ଆନ୍ଧ୍ରପ୍ରଦେଶ: ପରିବାରକୁ ଶେଷ କରିବା ପରେ ନିଜେ ଆତ୍ମହତ୍ୟା କରିବା ଭଳି ଘଟଣା ଆଜି ସାମ୍ନାକୁ ଆସିଛି । ଏଭଳି ଏକ ହୃଦୟ ବିଦାରକ ପଦକ୍ଷେପ ନେଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ଜିଲ୍ଲାପାଳଙ୍କ ପିଏସଓ । ମୃତକ ଜଣଙ୍କ ହେଲେ ନରେଶ । ତେବେ ନରେଶ ପ୍ରଥମେ ନିଜର ଦୁଇ ପିଲା ଓ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧିପେଟ ଜିଲ୍ଲାପାଳଙ୍କ ପିଏସଓ ନରେଶ ନିଜର ଚିନାକୋଡୁରୁ ସ୍ଥିତ ଘରେ ଏହି କାଣ୍ଡ ଘଟାଇଛନ୍ତି । ତେବେ ଗତ ଦୁଇ ଦିନ ହେବ ଡ୍ୟୁଟିକୁ ମଧ୍ୟ ଆସିନଥିବା ଜଣାପଡ଼ିଛି । ତେବେ ସେ ନିଜର ଫୋନ ମଧ୍ୟ ଉଠାଉନଥିଲେ । ଏହାପରେ ତାଙ୍କର ଜଣେ ସହକର୍ମୀ ତାଙ୍କ ଘରକୁ ଯାଇ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ । ସେ ଏପରି କରିବା ପଛର କାରଣ ଜଣାପଡ଼ି ନାହିଁ । ତେବେ ପାରିବାରିକ କଳହ ଏବଂ ଆର୍ଥିକ ସମସ୍ୟା କାରଣରୁ ସେ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।

ତେବେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହ ଉଦ୍ଧାର କରିଛି । ତେବେ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.