fbpx
BSKY
BJD YOUTH SKY
BJD MS SKY

ଆମେ ଚାହୁଁନାହୁଁ ଭଡ଼ାରେ କୋଳ ଦେଉଥିବା ଦେଶ ହେଉ ଭାରତ: ସରୋଗେସି ମାମଲାରେ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସରୋଗେସିର ଧାରା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ଏକ ଦମ୍ପତିଙ୍କ ସରୋଗେସି ପ୍ରକ୍ରିୟା ମାମଲାର ଶୁଣାଣି ବେଳେ କହିଛନ୍ତି ଯେ, ସରୋଗେସିକୁ ବିନିୟମିତ କରୁଥିବା ଆଇନ ଶୋଷଣକୁ ରୋକିବା ତଥା ଭାରତକୁ ଭଡ଼ାରେ କୋଳ ଦେଉଥିବା ଦେଶ ହେବାକୁ ରୋକିବା ପାଇଁ ତିଆରି ହୋଇଛି ।

ଏହି ନିୟମ ଲାଭଦାୟକ । ଏହା ଅଧୀନରେ କୋର୍ଟ ଏହି ଦମ୍ପତିଙ୍କୁ ସରୋଗେସି ପ୍ରକ୍ରିୟା କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ପ୍ରକୃତରେ କାନାଡାରେ ରହୁଥିବା ଜଣେ ଭାରତୀୟ ମୂଳ ଦମ୍ପତିଙ୍କ ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ସରୋଗେସି ନିୟମ, ୨୦୨୨ ର ନିୟମ ୭ ଅନୁଯାୟୀ ଫର୍ମ ୨ ରେ ପରିବର୍ତ୍ତନ କରି ଦାତା ସରୋଗେସ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ସରୋଗସେି ଅଧିନିୟମରେ ସଂଶୋଧନ କରିବା ପାଇଁ କେନ୍ଦ୍ର ଦ୍ୱାରା ଜାରି ୧୪ ମାର୍ଚ୍ଚ ଅଧିସୂଚନାକୁ ଚ୍ୟାଲେଞ୍ଚ ଦିଆଯାଇଥିଲା ।

ସରୋଗେସି ଉପରେ ଦିଲ୍ଲୀ ହାଇକୋର୍ଟଙ୍କ କଠୋର ମନ୍ତବ୍ୟ :-

ଏହି ପରିପ୍ରେକ୍ଷୀରେ କାର୍ଯ୍ୟବାହକ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ମିନି ପୁଷ୍କରନାଙ୍କ ବେଞ୍ଚ କହିଛନ୍ତି ଯେ, ଏହି ପ୍ରଜନନ ଆଉଟସୋର୍ସିଂକୁ ବିଧାନସଭା ଦ୍ୱାରା ରୋକିବା ଉଚିତ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆମେ ଏହାଠାରୁ ଅଧିକ ଯାଇ ପାରିବୁ ନାହିଁ । ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚ ଏହାକୁ ଏକ ଲାଭଦାୟକ କାର୍ଯ୍ୟକଳାପ ବୋଲି ବର୍ଣ୍ଣନା କରିଛି ଏବଂ ସରୋଗେଟର ଶୋଷଣକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଛି । ସେ କହିଛନ୍ତି ଯେ ଭାରତ ଏକ ବିକାଶଶୀଳ ଦେଶ । ଏହା ଏପର୍ଯ୍ୟନ୍ତ ଏକ ବିକଶିତ ଦେଶ ହୋଇପାରି ନାହିଁ । ଅର୍ଥନୈତିକ କାରଣରୁ ଅନେକ ଲୋକ ଏହା ପ୍ରତି ଆକର୍ଷିତ ହୋଇପାରନ୍ତି । ଏକ ରିପୋର୍ଟକୁ ଦର୍ଶାଇ ବେଞ୍ଚ କହିଛନ୍ତି ଯେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ତାଙ୍କ ରିପୋର୍ଟରେ ଦର୍ଶାଇଛି ଯେ ଏକ ସମୟରେ ଭାରତରେ ସରୋଗେସି ୨.୩ ବିଲିୟନ ଡ଼ଲାରର ବ୍ୟବସାୟ ଥିଲା ।

‘ଆମେ ଏହି ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଚାହୁଁନାହୁଁ’ :

ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଆବେଦନକାରୀ ଜଣେ ଭାରତୀୟ ନାଗରିକ ଏବଂ କେବଳ କାମ ହେତୁ କାନାଡାରେ ରହୁଛନ୍ତି । ଏହାର ଉତ୍ତରରେ ବେଞ୍ଚ କହିଛନ୍ତି େ. ଆବେଦନକାରୀମାନେ ଉକ୍ତ ଦେଶରେ ସରୋଗେସିର ସୁବିଧା ପାଇପାରିବେ । ଅଦାଲତ କହିଛନ୍ତି ଯେ ସେମାନେ ଏକ ବିଶେଷ କାରଣ ପାଇଁ ଭାରତ ଆସୁଛନ୍ତି, କାରଣ ଏଠାରେ ଅର୍ଥନୈତିକ ଅସମାନତା ରହିଛି । ଏଠାରେ ଲୋକମାନେ ଏକ ଗର୍ଭକୁ ଭଡା କରିପାରିବେ । କୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେ, ‘ଏହି ଦେଶ ସରୋଗେସି ଇଣ୍ଡଷ୍ଟ୍ରିରେ ପରିଣତ ହେବାକୁ କେହି ଚାହୁଁ ନାହାଁନ୍ତି । ବିଧାନସଭା ଏହା ଉପରେ ନିଷ୍ପତ୍ତି ନେଇଛି ଏବଂ ଏହା ଏକ ଶିଳ୍ପ ନୁହେଁ ଯାହାକୁ ଆମେ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ ।’

ଏହି ସମୟ ମଧ୍ୟରେ କୋର୍ଟ କହିଛନ୍ତି ଯେ, ଲୋକମାନଙ୍କର ଏକ ସନ୍ତାନ ଆଟପ୍ଟ କରିବାର ବିକଳ୍ପ ମଧ୍ୟ ରହିଛି । ଯଦି କିଛି ଭଲ ଦମ୍ପତି ଅଛନ୍ତି ଯେଉଁମାନେ ସେହି ପିଲାମାନଙ୍କୁ ଗ୍ରହଣ କରିବାକୁ ଇଚ୍ଛୁକ ତେବେ ସେମାନଙ୍କ ଜୀବନ ବଦଳିଯିବ । ମାମଲାର ଶୁଣାଣି ସମୟରେ ଓକିଲମାନେ ମଧ୍ୟ କୋର୍ଟର ଏହି ବିବୃତ୍ତିରେ ସହମତ ଥିବା ପରି ମନେ ହେଉଥିଲା ଏବଂ ସେମାନେ ଶିଶୁ ଗ୍ରହଣକୁ ଉତ୍ସାହିତ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

Get real time updates directly on you device, subscribe now.