fbpx

ଏବେ ବାର୍ଡ ଫ୍ଲୁ ମଣିଷମାନଙ୍କ ମଧ୍ୟରେ ବ୍ୟାପିବା ଆରମ୍ଭ କରିଛି! ଜଣଙ୍କର ମୃତ୍ୟୁ, WHO କଲା ନିଶ୍ଚିତ

Advertisement

ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ହେତୁ ମେକ୍ସିକୋରେ ଜଣଙ୍କର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବୁଧବାର ଏହି ସୂଚନା ଦେଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ବାର୍ଡ ସ୍ୱାଇନ୍ ଫ୍ଲୁ ଏ (ଏଚ୫ଏନ୨) ରେ ସଂକ୍ରମିତ ହୋଇଥିଲେ, ଯାହା ବାର୍ଡ ଫ୍ଲୁର ସବୁଠାରୁ ବିପଜ୍ଜନକ ଭାଇରସ୍ ଭାବରେ ପରିଗଣିତ ହୋଇଥିଲା ।

ଏହାପୂର୍ବରୁ ଏହି ଭାଇରସ୍ ଦ୍ୱାରା ବାର୍ଡ ଫ୍ଲୁ ସଂକ୍ରମଣ ମଣିଷମାନଙ୍କଠାରେ ମିଳିନଥିଲା । ତେବେ ଡବ୍ଲୁଏଚଓ ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ଲୋକଙ୍କ ପାଇଁ ଏଚ୫ଏନ୨ ଭାଇରସ୍ ହେବାର ଆଶଙ୍କା ବହୁତ କମ୍ ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତଥାପି, ସତର୍କତା ଅବଲମ୍ବନ କରାଯିବା ଉଚିତ୍ ।

ଡଐଙ ରିପୋର୍ଟ ଅନୁଯାୟୀ, ମେକ୍ସିକୋ ସିଟିର ଏକ ଡାକ୍ତରଖାନାରେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ୫୯ ବର୍ଷ ବୟସ୍କ ମେକ୍ସିକୋ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ୍ ୧୭ ରେ, ବ୍ୟକ୍ତିଙ୍କୁ ଜ୍ୱର, ନିଶ୍ୱାସ ନେବାରେ ଅସୁବିଧା ଏବଂ ଝାଡ଼ା ହୋଇଥିଲା । ଧୀରେ ଧୀରେ ତାଙ୍କ ଅବସ୍ଥା ବିଗିଡି ଯାଇ ୨୪ ଏପ୍ରିଲରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ଏହି ବ୍ୟକ୍ତିଙ୍କର କିଡନୀ ଫେଲ ହେବା ସହିତ ଅନେକ ମେଡିକାଲ କଣ୍ଡିସନ୍ ଥିଲା, କିନ୍ତୁ ସେ କୁକୁଡ଼ା କିମ୍ବା ଅନ୍ୟ ପଶୁମାନଙ୍କ ସଂସ୍ପର୍ଶରେ ଆସି ନଥିଲେ । ଏଭଳି ପରିସ୍ଥିତିରେ ସେ କିପରି ବାର୍ଡ ଫ୍ଲୁ ର ଶିକାର ହେଲେ ତାହା ଜାଣିବା ସମ୍ଭବ ନୁହେଁ ।

Get real time updates directly on you device, subscribe now.