fbpx

ଓଡ଼ିଶା ଇତିହାସରେ ପ୍ରଥମ: ଅଭୟଙ୍କ ବାଧ୍ୟତାମୂଳକ ଅବସର ପାଇଁ ସିଏମଙ୍କ ସୁପାରିଶ

ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତଙ୍କ ମାମଲାରେ ଆଉ ଏକ ମୋଡ଼ ଆସିଛି । ରାଜ୍ୟ ସରକାର ଅଭୟଙ୍କ ବାଧ୍ୟତାମୂଳକ ଅବସରରେ ପାଇଁ ସୁପାରିଶ କରିଛନ୍ତି ।

ଅଭୟକାନ୍ତ ଜଣେ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ । ତେଣୁ ରାଜ୍ୟ ସରକାର ତାଙ୍କର ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ତେବେ ଜଣେ ଅଫିସରଙ୍କ ନାମରେ କେନ୍ଦ୍ରକୁ ସୁପାରିଶ କରିବା ଓଡ଼ିଶାରେ ହେଉଛି ପ୍ରଥମ ଘଟଣା । ଲକଡାଉନ ପରି ଦାରୁଣ ସମୟରେ ଅଭୟ ଅଏସ କରୁଥିବା ଅଭିଯୋଗ ହେବା ସହ ତାଙ୍କ ଠାରୁ ୨୦ କୋଟିର ଆୟବହିର୍ଭୂତ ସମ୍ପତି ଠାବ ହୋଇଛି । ଅଭୟକାନ୍ତ ଓ ଓ ତାଙ୍କ ପୁଅ ଆକାଶ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ରହିଛନ୍ତି ।

Get real time updates directly on you device, subscribe now.