ପ୍ରଥମେ ଟେକିନେଲେ, ତା’ପରେ ବଳାତ୍କାର କଲେ, ଏହାପରେ ବି ସାହସ ଦେଖାଇ ଆଉଜଣେ ଯୁବତୀଙ୍କୁ ବଞ୍ଚାଇଲେ ଏହି ବାଳିକା

ନିଜେ ବଳତ୍କାରର ଶିକାର ହୋଇ ମଧ୍ୟ ଆଉଜଣେ ଯୁବତୀଙ୍କୁ ବଞ୍ଚାଇଲେ ଏହି ବୀର ବାଳିକା

ତାମିଲନାଡୁ: ପ୍ରଥମେ ଅପହରଣ, ତା’ପରେ ବଳାତ୍କାର! ଏହାପରେ ବି ସାହସ ଦେଖାଇ ଆଉଜଣେ ଯୁବତୀଙ୍କ ଲଜ୍ଜା ବଞ୍ଚାଇଲେ ଏହି ୧୦ ବର୍ଷୀୟା ବୀର ବାଳିକା। ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଜୁଲାଇ ୧୨ ତାରିଖରେ ଏକ ଲଜ୍ଜାଜନକ ଘଟଣା ଘଟିଛି।

ଜଣେ ୧୦ ବର୍ଷୀୟା ନାବାଳିକା ତାଙ୍କ ଜେଜେମା’ ଘରକୁ ଯାଉଥିବା ବେଳେ ଅପହରଣ ହୋଇ ବଳାତ୍କାରର ଶିକାର ହୋଇଥିଲେ। ତଥାପି, ଏହି ବୀର ବାଳିକା ଅଭିଯୁକ୍ତଙ୍କ କବଳରୁ ମୁକୁଳି ବାହାରିବା ସହ ଆଉ ଜଣେ ନାବାଳିକାଙ୍କୁ ଏହି ଅପରାଧୀଙ୍କ ହାତରୁ ରକ୍ଷା କରିଥିଲେ।

ସୂଚନା ଅନୁସାରେ, ଜଣେ ୧୦ ବର୍ଷୀୟ ଝିଅ ତାଙ୍କ ଜେଜେମାଆଙ୍କ ଘରକୁ ଯାଉଥିବା ସମୟରେ ଗୋଟିଏ ମ୍ୟାଙ୍ଗୋ ଫାର୍ମର ପଛ ଗେଟରେ ତାଙ୍କୁ ଜଣେ ବ୍ୟକ୍ତି ଅପହରଣ କରି ନେଇ ସେହି ଫାର୍ମ ଭିତରେ ବହୁତ ମାଡ଼ ମାରିଥିଲେ ଏବଂ ତାଙ୍କ ଶରୀରକୁ କାମୁଡି ବଳାତ୍କାର ମଧ୍ୟ କରିଥିଲେ।

ତା’ପରେ ନାବାଳିକା ଜଣଙ୍କ ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ପୁଣି ଟାଣି ଆଣି ପୁନର୍ବାର ମାଡ଼ ମାରିଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ଫୋନରେ ଏକ ହିନ୍ଦୀ ଗୀତର ରିଙ୍ଗଟୋନ ବାଜିଥିଲା, ଯାହା ତାଙ୍କ ଧ୍ୟାନ ଭଙ୍ଗ କରିଥିଲା। ଏହି ସୁଯୋଗରେ ନାବାଳିକା ଶେଷ ଚେଷ୍ଟାରେ ପଳାଇବାରେ ସଫଳ ହୋଇଥିଲେ।

ରାସ୍ତାରେ ଦୌଡ଼ି ଯାଉଥିବା ବେଳେ ସେ ଆଉ ଜଣେ ବାଳିକାଙ୍କୁ ସେହି ଦିଗରେ ଆସୁଥିବା ଦେଖି ତାଙ୍କୁ ଅଟକାଇ ଦୁହେଁ ଏକାଠି ପଳାଇଥିଲେ।

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ବାଳିକା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କ ମୁହଁକୁ ଘୋଡାଇ ପୁଣି ଥରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇପାରିନଥିଲେ।

ଘଟଣା ପରେ ପୀଡ଼ିତା ଘରକୁ ଫେରି ତାଙ୍କ ଜେଜେମାଙ୍କୁ ସବୁ ଜଣାଇଥିଲେ। ଜେଜେମା ଅରମ୍ବାକ୍କମ ପୋଲିସ ଥାନାରେ ଅଭିଯୋଗ ଦାୟର କରିଥିଲେ। ପୋଲିସ ପୀଡ଼ିତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି।