ନୂତନ ଆଇଟି ମନ୍ତ୍ରୀ କଲେ କୁ’ ରେ ପ୍ରଥମ ପୋଷ୍ଟ, କହିଲେ, ‘ନୂଆ ଆଇଟି ନିୟମ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପାଇଁ ହେବ ସୁରକ୍ଷିତ’
ନୂଆଦିଲ୍ଲୀ: ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସ୍ୱଦେଶୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ’ ସହ ଯୋଡ଼ି ହୋଇଛନ୍ତି । ସେ ନିଜର ପ୍ରଥମ ପୋଷ୍ଟରେ ନୂଆ ଆଇଟି ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ନୂଆ ନିୟମ ସବୁକୁ ୟୁଜର୍ ମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ କରାଯାଇଛି ।
ପ୍ରଥମ ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୁଁ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ର କାର୍ୟ୍ୟକାରିତା ଏବଂ ଅନୁପାଳନକୁ ସମୀକ୍ଷା କରିଛି। ନୂତନ ନିୟମ ୟୁଜର୍ ଙ୍କୁ ସଶକ୍ତିକରଣ ଏବଂ ସୁରକ୍ଷା ଦେବ । ଭାରତରେ ଏକ ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ପରିବେଶ ସୃଷ୍ଟି ହେବ ।
Ashwini Vaishnaw@ashwinivaishnawReviewed the implementation and compliance of Information Technology Rules, 2021 along with my colleague Shri Rajeev Chandrasekhar Ji. These guidelines are empowering and protecting users and will ensure a safer and responsible social media ecosystem in India.
ଆଇଟି ମନ୍ତ୍ରୀ ଅଶ୍ୱନୀଙ୍କ ଏହି ଟୁଇଟ୍ ଏଭଳି ଏକ ସମୟରେ ଆସିଛଇ ଯେତେବେଳେ କି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ନିଜର ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଓ ଟୁଇଟର୍ ମଧ୍ୟରେ ବିବାଦ ଜାରିରହିଛି ।