fbpx
BJD
BJD SKY
BJD SKY

ଦେଶର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ, ରହିଛି ୫ ଷ୍ଟାର ହୋଟେଲ ଭଳି ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱର୍କ । ଭାରତୀୟ ରେଳବାଇ ଦିନକୁ ପ୍ରାୟ ୧୩,୧୬୯ ପାସେଞ୍ଜର ଟ୍ରେନ ପରିଚାଳିତ କରିଥାଏ । ଯାହାକୁ ପରିଚାଳନା କରିବା ରେଳବାଇ ପାଇଁ ଏତେ ସହଜ ହୋଇନଥାଏ । ଏପରି ସ୍ଥଳରେ ଆପଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବେ । ହୁଏତ ଅପାଣ ଶସ୍ତାରେ ଯାତ୍ରା କରିବା ପାଇଁ ଟ୍ରେନରେ ସାଧାରଣତଃ ଜେନେରାଲ କିମ୍ବା ଏସି ବଗିରେ ଯାତ୍ରା କରିଥିବେ । ଯାହା ଆପଣଙ୍କୁ ଭଲ ଲାଗିନଥାଇପାରେ । ତେବେ କ’ଣ ଆପଣ ଜାଣନ୍ତି ଭାରତୀୟ ରେଳବାଇ ଦ୍ୱାରା ଏମିତି କିଛି ଟ୍ରେନ ପରିଚାଳିତ ହୋଇଥାଏ ଯାହା ଖୁବ୍ ବିଳାସପୂର୍ଣ୍ଣ ହୋଇଥାଏ ।

ଆସନ୍ତୁ ଜାଣିବା ସେହିଭଳି କିଛି ବିଳାସପୂର୍ଣ୍ଣ ଟ୍ରେନ ବିଷୟରେ…

୧. ରୟାଲ ରାଜସ୍ଥାନ ଅନ୍ ହ୍ୱିଲ୍ସ– ରୟାଲ ରାଜସ୍ଥାନ ଅନ୍ ହ୍ୱିଲ୍ସ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ହେଉଥିବା ଏକ ବିଳାସପୂର୍ଣ୍ଣ ଟ୍ରେନ । ଏହି ଟ୍ରେନ ଯାତ୍ରୀଙ୍କୁ ରାଜସ୍ଥାନର ବିଭିନ୍ନ ଐତିହ୍ୟ ସ୍ଥଳୀ ଗୁଡ଼ିକ ସହ ପରିଚିତ କରାଇଥାଏ । ତେବେ ଏହି ବିଳାସ ପୂର୍ଣ୍ଣ ଟ୍ରେନର ମଜାନେବାକୁ ହେଲେ ଆପଣଙ୍କୁ ୩,୬୩,୩୦୦ ଟଙ୍କାରୁ ୭,୫୬,୦୦କ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

 

 

 

 

 

 

 

 

 

 

 

୨. ପ୍ୟାଲେସ ଅନ ହ୍ୱିଲ୍ସ– ଏହି ଟ୍ରେନ ମଧ୍ୟ ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ ଅଟେ । ଏହି ଟ୍ରେନ ଦିଲ୍ଲୀ, ଆଗ୍ରା, ଭରତପୁର, ଜୋଧପୁର, ଜୟସାଲମେର, ଉଦୟପୁର, ଚିତ୍ତୋରଗଡ଼, ସବାଇ ମାଧୋପୁର ଏବଂ ଜୟପୁର ଭ୍ରମଣ କରାଇଥାଏ । ଏହି ଟ୍ରେନ ପାଇଁ ଆପଣଙ୍କୁ ୫,୨୩,୦୦୦ ଟଙ୍କାରୁ ୯,୪୨,୪୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।

 

 

 

 

 

 

 

 

 

 

 

୩. ଡେକ୍କନ ଓଡିସୀ- ଡେକ୍କନ ଓଡିସୀ ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ ମଧ୍ୟରୁ ଗୋଟିଏ । ଭାରତୀୟ ରେଳ ଦ୍ୱାରା ସଞ୍ଚାଳିତ ହେଉଥିବା ଏହ ଟ୍ରେନ ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜୁରାଟରେ ଚାଲିଥାଏ । ଏହି ଟ୍ରେନର ସର୍ବନିମ୍ନ ଭଡ଼ା ୫,୧୨,୪୦୦ ଟଙ୍କା ଥିବାବେଳେ ସର୍ବାଧିକ ଭଡ଼ା ୧୧,୦୯,୮୫୦ ଟଙ୍କା ରହିଛି ।

 

୪. ଦ ଗୋଲ୍ଡେନ ଚ୍ୟାରିୟଟ- ଦ ଗୋଲ୍ଡେନ ଚ୍ୟାରିୟଟ କେବଳ ଭାରତର ନୁହେଁ ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ ଅଟେ । ଏହି ଟ୍ରେନ ନିଜର ସୁବିଧା ପାଇଁ ପ୍ରସିଦ୍ଧ । ଏହି ଟ୍ରେନ କର୍ଣ୍ଣାଟକ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଗୋଆ ବୁଲିପାରିବେ । ଏଥିପାଇଁ ସର୍ବନିମ୍ନ ଭଡ଼ା ୩,୩୬,୧୩୭ ଟଙ୍କା ଥବାବେଳେ ସର୍ବାଧିକ ଭଡ଼ା ୫,୮୮,୨୪୨ ଟଙ୍କା ରହିଛି ।

 

୫. ମହାରାଜା ଏକ୍ସପ୍ରେସ- ମହାରାଜା ଏକ୍ସପ୍ରେସ ଭାରତର ସବୁଠୁ ବିଳାସ ପୂର୍ଣ୍ଣ ଏବଂ ସବୁଠୁ ଦାମୀ ଟ୍ରେନ ଅଟେ । ଯାହାର ଚର୍ଚ୍ଚା ସାରା ବିଶ୍ୱରେ ରହିଛି । ଏହି ଟ୍ରେନ ଦିଲ୍ଲୀ, ଆଗ୍ରା, ବାରଣାସୀ, ଜୟପୁର, ରଣଠମ୍ବୋର, ଜୟପୁର, ମୁମ୍ବାଇ ବୁଲାଇଥାଏ । ଏହାର ପାରମ୍ଭିକ ଭଡ଼ା ୫,୪୧,୦୨୩ ରହିଛି ।

Get real time updates directly on you device, subscribe now.