fbpx

ଏକାସାଥୀରେ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା; ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଏକାସାଥୀରେ କରୋନାର ଦୁଇ ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବେଲଜିୟମର ଜଣେ ୯୦ ବର୍ଷୀୟ ମହିଳା । ଦୁଇଟି ଯାକ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଶନିବାର ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଆଲାଷ୍ଟ ସହରର ଓଏଲଭି ହସ୍ପିଟାଲରେ ଏହି ଘଟଣା ଘଟିଥିଲା । ମାର୍ଚ୍ଚ ୩ ତାରିଖରେ ମହିଳା ଜଣଙ୍କ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ପ୍ରାରମ୍ଭରୁ ମହିଳା ଜଣଙ୍କର ଅକ୍ସିଜେନ୍ ଲେଭଲ ଠିକ୍ ରହିଥିବା ବେଳେ ସଂକ୍ରମଣ ଅଧିକ ଗୁରୁତର ନଥିଲା ।

ମହିଳା ଜଣଙ୍କୁ ଘରେ ହୋମ୍ ଆଇସୋଲେସନରେ ରଖା ଯାଇଥିଲା । ତେବେ ହୋମ ଆଇସୋଲେସନର ମାତ୍ର ୫ ଦିନ ମଧ୍ୟରେ ମହିଳା ଜଣଙ୍କ ପ୍ର୍ରାଣ ହରାଇଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଉଭୟ ଆଲ୍ଫା ଓ ବୀଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ମହିଳ ଜଣଙ୍କ କିଭଳି ସଂକ୍ରମିତ ହେଲେ ସେନେଇ କୌଣସି ସୂଚନା ମିଳି ପାରିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଆଲ୍ଫା ଭାରିଆଣ୍ଟ ପ୍ରଥମେ ବ୍ରିଟେନରେ ଦେଖାଦେଇଥିବା ବେଳେ ବିଟା ଭାରିଆଣ୍ଟ ସାଉଥ ଆଫ୍ରିକାରେ ଦେଖା ଦେଇଥିଲା । ମହିଳାଙ୍କ ନମୂନା ପରୀକ୍ଷଣ କରିଥିବା ମଲେକ୍ୟୁଲାର ବାୟୋଲୋଜିଷ୍ଟ ଆନ୍ନେ ଭାଙ୍କିରବେରେଘାନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି । ଏ ସମ୍ପର୍କରେ ଅଧିକ ରିସର୍ଚ୍ଚ ଜାରି ରହିଥିବା ବେଳେ ଏ ନେଇ ଏକ ଜର୍ଣ୍ଣାଲ ପ୍ରକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.