fbpx

Chandrayaan-3 Landing Video: ଚନ୍ଦ୍ରରେ ଲ୍ୟାଣ୍ଡିଂ ସମୟର ମୁହୁର୍ତ୍ତ କିପରି ଥିଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ସହିତ ଏହି ଦିନ ଇତିହାସରେ ଏହା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇସାରିଛି । ଇସ୍ରୋର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଥିବା ବେଳେ ସମ୍ପୁର୍ଣ୍ଣ ଭାରତବାସୀ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି । ତେବେ ଚନ୍ଦ୍ରଯାନ-୩ କିପରି ସଫଳ ଅବତରଣ କରିଥିଲା, ତାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଚନ୍ଦ୍ରରେ ସ୍ପେସ୍‌କ୍ରାଫ୍ଟ ଓହ୍ଲାଇବା ସହିତ ଆମେରିକା, ଋଷ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ତେବେ ଏହି ଦେଶ ମାନଙ୍କମଧ୍ୟରୁ କେହି ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରି ନଥିଲେ । ଏହି କାରଣ ପାଇଁ ଦୁନିଆର ଅନେକ ବୈଜ୍ଞାନିକ ଚନ୍ଦ୍ରଯାନ-୩ ଉପରେ ନଜର ରଖିଛନ୍ତି ।

ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧ ପୃଥିବିର ଦକ୍ଷିଣ ଗୋଲାର୍ଦ୍ଧ ପରି ଅଟେ । ଏଠାରେ ଅନେକ ସମୟ ଥଣ୍ଡା ଅନୁଭୁତ ହୋଇଥାଏ ଏବଂ ସୂର୍ଯ୍ୟଙ୍କ ରଶ୍ମୀ ବହୁତ କମ୍ ପଡ଼ିଥାଏ । କେବଳ ଏତିକି ନୁହେଁ, ଚନ୍ଦ୍ରର ସାଉଥ୍ ପୋଲ୍‌ରେ ରାତିର ତାପମାତ୍ରା ମଧ୍ୟ ହ୍ରାସ ପାଇଥାଏ । ଏହିକାରଣରୁ ଚନ୍ଦ୍ରର ଏହି ଗୋଲାର୍ଦ୍ଧରେ କୌଣସି ଦେଶ ସେମାନଙ୍କର ସ୍ପେସ୍‌କ୍ରାଫ୍ଟ ଅବତରଣ କରି ନାହାନ୍ତି ।

Get real time updates directly on you device, subscribe now.