fbpx

ମାଛ ଧରି ଫେରୁଥିବାବେଳେ ଘଟିଲା ଅଘଟଣ; ମୁହାଣ ନିକଟରେ ଓଲଟି ପଡ଼ିଲା ଡଙ୍ଗା

ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ, ହେଲେ ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାଟି ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଘଟିଛି। ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ ଫେରୁଥିଲେ। ତେବେ ହଠାତ୍‌ ମୁହାଣଠାରୁ ଅଳ୍ପଦୂର ଅର୍ଥାତ୍ ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଯାହାଫଳରେ ମତ୍ସ୍ୟଜୀବୀମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡ଼ିଛି।

 

Get real time updates directly on you device, subscribe now.