fbpx
BSKY SKY
BSKY SKY

ପ୍ରଥମ ନଦୀଭିତ୍ତିକ ବନ୍ଦର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ସହଜ ହେବ ପଣ୍ୟ ପରିବହନ

BSKY

ପାରାଦୀପ (ଭାସ୍କର ନ୍ୟୁଜ୍‌): ସମଗ୍ର ଦେଶରେ କୃଷକମାନଙ୍କ ବନ୍ଧୁ ଭାବେ ଠିଆ ହୋଇଥିବା ତଥା କୃଷକମାନଙ୍କର ଓ କୃଷିର ବିକାଶ ପାଇଁ ସଦା ତତ୍ପର ଥିବା ଇଣ୍ଡିଆନ୍‌ ଫାର୍ମସ୍‌ ଫର୍ଟିଲାଇଜର କୋ- ଅପରେଟିଭ୍‌ ଲିମିଟେଡ୍‌ (ଇଫକୋ) ବିଶ୍ୱ ମହାମାରୀ କରୋନା ସମୟରେ ଅକ୍ସିଜେନ୍‌ ଯୋଗାଇ ରେକର୍ଡ ସୃଷ୍ଟି କରି ସହୃଦୟତାର ପରିଚୟ ଦେଇଥିଲା । ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲାର ଲୋକମାନଙ୍କର ନିକଟତର ହୋଇ ଅସମୟରେ ସହାୟତାର ହାତ ବଢେଇ ଉଚ୍ଚ ପ୍ରଶଂସିତ ହୋଇଛି । ଚଳିତ ବର୍ଷ ଇଫକୋ ଆଉ ଏକ ନୂଆ ଇତିହାସ ରଚିଛି । ସମବାୟ ଭିତ୍ତିକ ଏହି ସାର ଉତ୍ପାଦନକାରୀ ସଂସ୍ଥା ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରି ସଫଳତାର ଏକ ନୂଆ ଫର୍ଦ୍ଦ ଯୋଡିଛି । ସଡକ, ରେଳ ଯୋଗେପଣ୍ୟ କାରବାର କଲେ ଖର୍ଚ୍ଚ ଅଧିକ ଲାଗିଥାଏ ଏଥି ସହିତ ରାସ୍ତା ଭିଡ ହେବା ସହ ପ୍ରଦୂଷଣ ସୃଷ୍ଟି ହୋଇଥାଏ, ମାତ୍ର ନଦୀ ମାଧ୍ୟମରେ ପଣ୍ୟ ପରିବହନ କଲେ ଖର୍ଚ୍ଚ କମ୍‌ ହେବା ସହ ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର ହୋଇଥାଏ । ଏହାକୁ ଲକ୍ଷ୍ୟ ରଖି ବୃହତ୍ତମ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପଛ ପାଖରେ ଥିବା ଓଡିଶାର ଗଙ୍ଗା କୁହାଯାଉଥିବା ମହାନଦୀରେ ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବାରେ ସଫଳ ହୋଇଛି ।

ସୋମବାର ଦେଶର ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ଓ ଆୟୁଷ ବିଭାଗର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହାକୁ ଲୋକାର୍ପଣ କରିବେ । କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଆହ୍ୱାନକୁ ସଫଳ କରିଛି ଇଫକୋ । ପଣ୍ୟ ପରିବହନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ସ୍ୱଳ୍ପ ଖର୍ଚ୍ଚରେ ଶିଳ୍ପସଂସ୍ଥାମାନେ ନଦୀ ମାଧ୍ୟମରେ ଜି ସମ୍‌ ପରିବହନ କରିାରିବେ । ଜାତୀୟ ଜଳମାର୍ଗର ଏକ ଅଂଶ ବିଶେଷ ହେଉଛି ମହାନଦୀ, ମହାନଦୀରେ ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା କରି ଇଫକୋ ସମସ୍ତ ଶିଳ୍ପସଂସ୍ଥା ତଥା ବଡ ବଡ ପରିବହନକାରୀ ସଂସ୍ଥାମାନଙ୍କ ପାଇଁ ନଦୀ ମାଧ୍ୟମରେ ପରିବହନ ପାଇଁ ଏକ ନୂଆ ସୁଯୋଗ ଆଣି ଦେଇଛି ।

ସୋମବାର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର ଉଦଘାଟନୀ ସମାରୋହରେ ରାଜ୍ୟ ବାଣିଜ୍ୟ, ପରିବହନ,ଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା,ରାଜ୍ୟ ଜଳସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଇଫକୋର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାକେଶ କାପୁର, ଆଇଡବ୍ଲ୍ୟୁଏଆଇ ର ଅଧ୍ୟକ୍ଷ ସଂଜୟ ବନ୍ଦୋପାଧ୍ୟାୟ, ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍‌.ହରନାଦ, ଇଫକୋର ଉପଦେଷ୍ଟା(ପ୍ଲାଣ୍ଟ ହେଲ୍‌ଥ) କେ.ଏଲ୍‌.ସିଂ,ଇ‘କୋର ବରିଷ୍ଠ ନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଇଫକୋ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.