fbpx

ଜୁନ୍‌ ୧୨ରେ କମ୍ପିବ ବାରବାଟୀ ଷ୍ଟାଡିୟମ୍‌: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ଦେଖିବେ ଦର୍ଶକ

କଟକ, (ଭାସ୍କର ନ୍ୟୁଜ୍‌): କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ ୧୨ରେ ଖେଳାଯିବାକୁ ଥିବା ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏଥର ନୂଆ ପିଚ ସାଙ୍ଗକୁ ନୂଆ ଆଉଟ ଫିଲଡ ଓ ଏଲଇଡି ଫ୍ରଡ଼ ଲାଇଟରେ ମ୍ୟାଚ୍‌ ହେବ ବୋଲି ସୂଚନା ମିଳିଛି । ତେବେ ସେ ସମୟର କୋଭିଡ ପରିସ୍ଥିତି ନେଇ କେତେ ସଂଖ୍ୟକ ଲୋକ ମ୍ୟାଚ ଦେଖିବେ ତାହା ସରକାରଙ୍କ ସହିତ ଆଲୋଚନା ପରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି । ଏଥର ମ୍ୟାଚ ପାଇଁ ଷ୍ଟାଡିୟମର ୬ ଓ ୭ ନମ୍ବର ଗ୍ୟାଲେରୀ ଖୋଲିବ । ପରିସ୍ଥିତି ଠିକ ରହିଲେ ୪୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାପ୍ରେମୀ ଏହି ମ୍ୟାଚର ମଜା ନେଇପାରିବେ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.