fbpx
BSKY SKY
BSKY SKY

ସୋମବାରରେ ଶିବପୂଜା ସମୟରେ ଏହି ସବୁ ଜିନିଷ କରନ୍ତୁ: ଦୂରେଇ ଯିବ ସମସ୍ତ ସମସ୍ୟା

BSKY

ନୂଆଦିଲ୍ଳୀ: ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ । କୋପେ ବର ନହେଲେ ତପେ ବର, ଯେ କୌଣସି ଉପାୟରେ ବି ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି । ତେବେ ଶିବଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିବା ଦ୍ୱାରା ଧନପ୍ରାପ୍ତି ମଧ୍ୟ ହୋଇଥାଏ । ସୋମବାର ଦିନ ଚନ୍ଦ୍ରମାର ଦିନ ଭାବରେ ବିବେଚନା କରାଯାଏ । ତେଣୁ ଏହି ଦିନରେ ଶିବ ପୂଜା କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଶିବପୂଜାରେ ଏହି ୫ ବିଧିର ପାଳନ କରିବା ସହିତ ଶୁଭ ଫଳ ପାଆନ୍ତୁ ।

ନିଜର ସମସ୍ତ ମନୋକାମନା ପୂରଣ କରିବା ପାଇଁ ସୋମବାର କେବଳ ଶିବ ନୁହନ୍ତି ବରଂ ମାତା ପାର୍ବତୀ, ଗଣେଷ ଏବଂ କାର୍ତ୍ତିକଙ୍କ ପୂଜା କରାଯିବା ଆବଶ୍ୟକ । ଏହା ସହିତ ପୂଜା ପରେ ଶିବ ଚାଳିଶା ଏବଂ ଶିବାଷ୍ଟକ ପାଠ କରନ୍ତୁ ।

ଯଦି ବୈବାହିକ ଜୀବନ ଠିକ୍ ନାହିଁ ତା ହେଲେ ଗୌରୀ ଶଙ୍କର ଦର୍ଶନ କରିବା ସହିତ ରୁଦ୍ରାକ୍ଷ ଚଢାନ୍ତୁ ।

ସୋମବାର ଶିବଲିଙ୍ଗ ପୂଜା କରିବା ସହିତ ଏଥିରେ ଚନ୍ଦନ ଲଗାଇ ନିଜ ମନର ଆଶା କୁହନ୍ତୁ । ଏହା ସହିତ ବେଲ ପତ୍ର ଏବଂ ଫୁଲ ଚଢାଇବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହେବ ।

ଯଦି ଚାକିରି କ୍ଷେତ୍ରରେ କୌଣସି ସମସ୍ୟ ରହିଛି କିମ୍ବା ବେପାରରେ ଅସୁବିଧା ରହିଛି ତାହେଲେ ଶିବଲିଙ୍ଗରେ କ୍ଷୀର ଚଢାନ୍ତୁ । ପରେ ସେହି କ୍ଷୀରକୁ ଏକ ତମ୍ବା ପାତ୍ରରେ ନେଇ ଅଫିସରେ ଛିଞ୍ଚନ୍ତୁ । କାର୍ଯ୍ୟାଳୟ ବା ବ୍ୟବସାୟିକ ସମସ୍ୟା କ୍ଷଣକରେ ଦୂରେଇ ଯିବ ।

ପ୍ରତ୍ୟେକ ସୋମବାର ଶିବ ମନ୍ଦିର ଯାଇ ‘ଓଁ ନମୋ ଧନଦାୟ ସ୍ୱାହା’ ମନ୍ତ୍ରର ଜପ କରନ୍ତୁ । ୧୧ଟି ମାଳା ଜପ କରିବା ଦ୍ୱାରା ଧନ ସମସ୍ୟା ଦୂରେଇ ଯାଇଥାଏ ।

Get real time updates directly on you device, subscribe now.