fbpx

ପୁଣି ମାହାଙ୍ଗା ଘଟଣାର ପୁନରାବୃତ୍ତି: ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ଗୋଟିଏ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରାଯାଇଥିଲା । ବଡ଼ଭାଇର ପୂରା ପରିବାରକୁ ହତ୍ୟା କରିଥିଲା ସାନଭାଇ । ଘଟଣା ଘଟାଇବା ପରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁ ଥାନାରେ ଆତ୍ମସମର୍ପଣ କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ନେଇ ହତ୍ୟାର କ୍ରାଇମ୍ ରିକିଏସନ କରିଥିଲା ।

ତେବେ ମାହାଙ୍ଗା ଘଟଣାକୁ ଏକ ସପ୍ତାହ ନ ପୂରୁଣୁ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ପାଞ୍ଚଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି । ନୱାବଗଞ୍ଜରେ ଘଟିଥିବା ଏହି ବର୍ବରୋଚିତ ଘଟଣାର ତଦନ୍ତ ପୋଲିସ ଜାରି ରଖିଛି । ମୃତକଙ୍କ ମଧ୍ୟରେ ରାହୁଲ ତିୱାରୀ (୪୨), ପ୍ରୀତି ତିୱାରୀ (୩୮), ମାହୀ (୧୨), ପୀୟୁ (୮) ଓ କୋତୁ (୫) ରହିଛନ୍ତି । ଗତ କିଛି ଦିନ ହେଲା ପ୍ରୟାଗରାଜର ନୱାବଗଞ୍ଜର ଖାଗଲପୁର ଗ୍ରାମରେ ମୃତକଙ୍କ ପରିବାର ରହି ଆସୁଥିଲେ ।

ଏହି ଘଟଣାରେ ପୋଲିସ ଗୋଟିଏ ରୁମ ମଧ୍ୟରୁ ପାଞ୍ଚଟି ଶବ ଜବତ କରିଥିଲା । ପ୍ରୀତିଙ୍କ ସହ ତାଙ୍କ ତିନି ସନ୍ତାନଙ୍କ ଶବ କ୍ଷତ ବିକ୍ଷତ ଅବସ୍ଥରେ ପଡ଼ି ରହିଥିଲା । ଅନ୍ୟପକ୍ଷରେ ରାହୁଲଙ୍କ ଶବ ଫାଶୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ହତ୍ୟାକାରୀମାନେ ଏହି ଘଟଣାକୁ ସୁଇସାଇଡ୍ ରୂପ ଦେବା ପାଇଁ ଏପରି କରିଥିବା ଅନୁମାନ କରାଯାଉଛି । ଦୁଇବର୍ଷ ପୂର୍ବରୁ ଉକ୍ତ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ଧାର ହତିଆରରେ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.