fbpx

ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣର ଲେଉଟାଣି ହୋଇଛି । ପୁଣି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସଂକ୍ରମଣ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜଧାନୀର ୫ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଆଚାର୍ଯ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜୀ ନଗର, ଟଙ୍କପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଟି ଅଞ୍ଚଳର ସମସ୍ତ ଜନସାଧାରଣ ଘରେ ରହିବାକୁ କୁହାଯାଇଛି । ଏହି ଅଞ୍ଚଳ ପରିସରକୁ କୌଣସି ବାହାର ଅଞ୍ଚଳ ଲୋକ ଯିବାକୁ ବାରଣ କରାଯାଇଛି । ଏହି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଜରୁରୀ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ । ଏଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୨୧ ତାରିଖରେ ରାଜଧାନୀର ଭିଏସଏସ ନଗରର ୧୧ ନମ୍ବର ୱାର୍ଡ ଓ ବମିଖାଲର ଜୟଦୁର୍ଗା ନଗରରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ରାଜ୍ୟରୁ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଥିଲା ବିଏମସି ।

Get real time updates directly on you device, subscribe now.