fbpx

କ୍ୟାନସର, ଡାଇବେଟିସ, ହୃଦରୋଗର ଆଶଙ୍କା ହ୍ରାସ ପାଇବ, ଡାଏଟରେ ସାମିଲ କରନ୍ତୁ ଏହି ୫ଟି ସୁପର ଫୁଡସ୍

ଆଜିର ସମୟରେ କ୍ୟାନସର ଏକ ଭୟଙ୍କର ରୋଗ । ତେବେ ଆପଣ ଚାହିଁଲେ ନିଜର ଡାଏଟରେ କିଛି ପୋଷକ ତତ୍ତ୍ୱ ଭରା ଖାଦ୍ୟ ସାମିଲ କରି କ୍ୟାନ୍ସରର ଆଶଙ୍କାକୁ ହ୍ରାସ କରିପାରିବେ । ଆପଣମାନେ ବିଭିନ୍ନ ପ୍ରକାରର ମସଲା, ଫଳ, ସବଜି ସେବନ କରିପାରିବେ । ଏହି ଫୁଡଗୁଡ଼ିକରେ ପୋଷକ ତତ୍ତ୍ୱ ଭରି ରହିଥାଏ । ଏଥିରେ ଭିଟାମିନ, ମିନେରାଲ ଓ ହେଲଦି ଫ୍ୟାଟି ରହିବା ସହ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ ।

ଉପରୋକ୍ତ ଖାଦ୍ୟଗୁଡ଼ିକ ଡାଇବେଟିସ, କ୍ୟାନସର, ହୃଦରୋଗରୁ ଆପଣଙ୍କୁ ବଞ୍ଚାଇବ । ଏଥିସହିତ କ୍ୟାନସର ପରି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ଦେବ । ଅଳସୀ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ, ଯାହାକି କ୍ୟାନସର କୋଷିକାରୁ ବଞ୍ଚାଇବାରେ ସହାୟତା କରିଥାଏ । ଆପଣ ଏହାକୁ ସବଜୀ, ଓଟସ୍ ଓ ଡାଲି ସହିତ ମିଶାଇ ଖାଇ ପାରିବେ ।

ହଳଦୀରେ କରକ୍ୟୁମିନ ନାମକ ଏକ ତତ୍ତ୍ୱ ରହିଥାଏ । ଏହା ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇଲ, ସ୍ତନ ଓ ତ୍ୱଚା କ୍ୟାନସର ପାଇଁ ଦାୟୀ କୋଷିକାକୁ ରୋକିବା ଦିଗରେ କାମ କରିଥାଏ । ବ୍ଲୁବେରୀରେ ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଏହା ବ୍ରେଷ୍ଟ କ୍ୟାନ୍ସରକୁ ରୋକିବାରେ ସହାୟତା କରିଥାଏ ।

ବ୍ରୋକଲିରେ କ୍ୟାନ୍ସର ସହ ଲଢ଼ିବା ପାଇଁ ଏକ ତତ୍ତ୍ୱ ରହିଥାଏ । ଏହାକୁ ଇଣ୍ଡୋଲ-୩ କାର୍ବିନାଲ ଭାବେ ଜଣାଯାଏ । ଏହା ବ୍ରେଷ୍ଟ ଟ୍ୟୁମର କୋଷିକାକୁ ରୋକିବା ଦିଗରେ କାର୍ଯ୍ୟ କରେ । ମଶରୂମରେ ଆଣ୍ଟି-ଇଫ୍ଲେମେଟରୀ ଓ ଆଣ୍ଟି ଭାଇରାଲ ଗୁଣ ରହିଥାଏ । ଏହା ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ କରେ । ଏହା ବ୍ଲଡପ୍ରେସର ଓ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ । ମଶରୂମ ସେବନ ଦ୍ୱାରା ବ୍ରେଷ୍ଟ କ୍ୟାନ୍ସରର ଆଶଙ୍କା ବହୁତ ହ୍ରାସ ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

Get real time updates directly on you device, subscribe now.