ଅହମ୍ମଦନଗର : ପୁଣି ବୋରୱେଲ ରେ ପଡି ଗୋଟେ ନିରୀହ ଶିଶୁର ଜୀବନ ଯାଇଛି । ସୋମବାର ବିଳମ୍ବିତ ରାତିରେ ଯେତେବେଳେ ପିଲାଟି କୁ ବୋରୱେଲରୁ କଢ଼ା ଯାଇଥିଲା ସେତେବେଳେ ତାଙ୍କର ମୃତ୍ୟ ହେଇଯାଇଥିଲା । ଏକ ୧୫ ଫୁଟ ଗଭୀର ବୋରୱେଲରେ ଖସି ପଡିବା ପରେ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ହେଇଛି। ପ୍ରାୟ ୯ ଘଣ୍ଟା ଧରି ବୋରୱେଲରେ ଫସି ରହିବା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଅଟେ । ପୁଣେ ସହରଠାରୁ ପ୍ରାୟ ୧୨୫ କିଲୋମିଟର ଦୂରରେ ଥିବା କରଜତ ତହସିଲର କୋପର୍ଡି ଗ୍ରାମରେ ଏପରି ଘଟିଛି।
ଶିଶୁଟି ବୋରୱେଲରେ ପଡ଼ିଥିବାର ଖବର ପାଇବା ପରେ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ ଦଳଙ୍କୁ ଘଟଣାସ୍ଥଳରେ ପ୍ରସ୍ତୁତ ରଖାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏନଡିଆରଏଫ ଅଧିକାରୀଙ୍କ ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୪ ଟା ସମୟରେ ପିଲାଟି ବୋରୱେଲରେ ପଡ଼ିଯାଇଥିଲା। ନାବାଳକଟି ୧୫ ଫୁଟ ଗଭୀରରେ ଫସି ରହିଥିଲା। ଶିଶୁ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଏକ ଟିମ୍ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୋଲିସର ସୂଚନାନୁସାରେ, ଏକ ଆଖୁ ଶ୍ରମିକଙ୍କ ପୁଅ ଖେଳୁଥିବା ସମୟରେ ବୋରୱେଲରେ ପଡ଼ିଯାଇଥିଲା। ସୂଚନା ପାଇବା ପରେ NDRF ର ପାଞ୍ଚଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ପିଲାଟି ସକାଳ ଅଡ଼େଇଟା ସମୟରେ ବୋରୱେଲରୁ ବାହାରକୁ କଢ଼ା ଯାଇଥିଲା , କିନ୍ତୁ ସେତେବେଳକୁ ସେ ମୃତ୍ୟୁ ବରଣ କରିଥିଲେ।
ସୂଚନାନୁସାରେ, ଶିଶୁର ପିତା ମଧ୍ୟପ୍ରଦେଶର ବୁରହାନପୁର ତାଲୁକା ଅନ୍ତର୍ଗତ ଚିଡିଆପୁର ବାସିନ୍ଦା। ଆଜିକାଲି ସେ କୋପାର୍ଡିର ଆଖୁ ଫସଲ ଅମଳ କରିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ପୁଅ ଫାର୍ମ ନିକଟରେ ଥିବା ବୋରୱେଲରେ ପଡ଼ିଯାଇଥିଲା। ପିଲାଟି ବୋରୱେଲରେ ପଡ଼ିଥିବାର ଜାଣିବା ମାତ୍ରେ ତାଙ୍କୁ ବାହାରକୁ ଆଣିବା ପାଇଁ ବୋରୱେଲ ସହିତ ସମାନ୍ତରାଳ ଭାବରେ ଦୁଇଟି ଜେସିବି ସାହାଯ୍ୟରେ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟ ତାଙ୍କୁ ବଞ୍ଚେଇ ପାରିଲେ ନାହିଁ ।