ଆଜିକାଲି ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିବା ପରେ ଲୋକଙ୍କ ନିଶ୍ୱାଃସ ଅଟକିଯିବ । ଏହି ଭାଇରାଲ ଘଟଣାଟି ଆମେରିକାର, ଯେଉଁଠାରେ ଅର୍ଲାଣ୍ଡୋ (ଏମସିଓ) ରୁ ସ୍ୟାନ ଜୁଆନ (ଏସଜିୟୁ) ଯାଉଥିବା ଫ୍ଲାଇଟ୍ ନମ୍ବର- ଏ୩୨୦-୨୫୧ଏନପି ର ବାମ ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଏଥିରେ ଉପସ୍ଥିତ ଯାତ୍ରୀ ହଠାତ୍ ଭୟଭୀତ ହୋଇଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୫ ଏପ୍ରିଲରେ ଯେତେବେଳେ ବିମାନଟି ନିର୍ଦ୍ଧାରିତ ସମୟ ଅନୁଯାୟୀ ଉଡ଼ାଣ ଭରୁଥିଲା, ହଠାତ୍ ଏଥିରେ ନିଆଁ ଲାଗିଗଲା । ଅବତରଣ କରିବା ସମୟରେ ଯାତ୍ରୀମାନଙ୍କ ପାଇଁ ପରିସ୍ଥିତି ଆହୁରି ଖରାପ ହୋଇଗଲା, ଯେତେବେଳେ ସେମାନେ ଦେଖିଲେ ଯେ ଏହାର ଚକ ବାହାରିଗଲା ।
ଏହି ଦୃଶ୍ୟ ଦେଖି ମନେ ହେଉଥିଲା ଯେପରି ୨୨୮ ଜଣ ଯାତ୍ରୀଙ୍କ ସହିତ ଏହି ବିମାନଟି ଆଜି ନଷ୍ଟ ହୋଇଯିବ ଏବଂ ଏଥିରେ କେହି ବଞ୍ଚିପାରିବେ ନାହିଁ । ଏହି ଘଟଣା ସମ୍ପର୍କରେ ମେଲାନି ଗୋଞ୍ଜାଲେଜ୍ ୱାର୍ଟନ୍ ତାଙ୍କ ଫେସବୁକରେ ଲେଖିଛନ୍ତି ଯେ ମୁଁ ମୋ ପରିବାର ସହିତ ଛୁଟି କାଟି ଫେରୁଥିଲି ଏବଂ ହଠାତ୍ ଏସବୁ ଘଟିଗଲା ।
ଭିଡିଓଟି ଏଠାରେ ଦେଖନ୍ତୁ
Frontier Airlines A321-271NX damaged its landing gear after a hard landing at San Juan Luis Munoz Marin International Airport, Puerto Rico.
The crew executed a go-around and entered a hold until they performed a low pass so ATC could observe the condition of the undercarriage… pic.twitter.com/0XwZh555BR
— Breaking Aviation News & Videos (@aviationbrk) April 17, 2025
ଅବଶ୍ୟ ଏହି ଭାଇରାଲ ଭିଡିଓରେ ଯାତ୍ରୀମାନଙ୍କ ଚିତ୍କାରର ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଛି । ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ, ବିମାନର ଆଗ ଲ୍ୟାଣ୍ଡିଂ ଗିୟରର ଏକ ଚକ ନିଖୋଜ ଥିବା ଦେଖାଯାଇଥିଲା । ଏହି ଘଟଣା ଦେଖିବା ପରେ ସମସ୍ତେ ମତାମତ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ।