fbpx

Flipkart Big Billion Days Sale: ସେଲରେ ଇଲେକ୍ଟ୍ରୋନିକ୍ସ ଜିନିଷ ପାଇଁ ଯୋଜନା କରିଛନ୍ତି କି ? ନଜର ପକାନ୍ତୁ ସବୁଠୁ ଶସ୍ତା ଲିଷ୍ଟ

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ସେଲ୍ । ପ୍ଲସ ମେମ୍ବରଙ୍କ ସହିତ ଏହା ସମସ୍ତଙ୍କ ପାଇଁ ଲାଇଭ କରାଯାଇଛି । ଯଦି ଦେଖିବା  ଫ୍ଲିପକାର୍ଟ ପ୍ଲସ୍ ମେମ୍ବରଙ୍କ ପାଇଁ ଏହି ସେଲ୍ 24 ଘଣ୍ଟା ପୂର୍ବରୁ ଲାଇଭ୍ କରାଯାଇଥିଲା ଅର୍ଥାତ୍ 26 ସେପ୍ଟେମ୍ବରରୁ । କିନ୍ତୁ ବାକି ଉପଭୋକ୍ତାମାନଙ୍କ ପାଇଁ, ଏହି ସ୍ଲେ ଆଜିଠାରୁ ଅର୍ଥାତ୍ 27 ସେପ୍ଟେମ୍ବରରେ ଲାଇଭ କରାଯାଇଛି । ଏହି ସେଲରେ ଗ୍ରାହକ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍, ଟାବଲେଟ୍, ଇୟରବଡ୍, ଆଇଫୋନ୍ ସହିତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ, ଫ୍ୟାଶନ୍, ବିଉଟି, ଘରକରଣା ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଉପରେ ବଡ ରିହାତି ପାଇବେ । ଯଦି ଗ୍ରାହକ କୌଣସି ଜିନିଷକୁ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଣନ୍ତି ତାହେଲେ 10 ପ୍ରତିଶକ ରିହାତି ମିଳିବ । କ୍ରେଡିଟ୍ ଏବଂ ଡେବିଟ୍ ଉଭୟଙ୍କ ପାଇଁ ଏହା ଲାଗୁ ଅଟେ । ଯଦି ସବୁଠାରୁ ଅଧିକ ଡିସକାଉଣ୍ଟ ଯୁକ୍ତ ପ୍ରଡକ୍ଟ ଦେଖିବା ତାହେଲେ ପ୍ରଥମରେ ରହିଛି ଆଇଫୋନ୍ । ମାତ୍ର 49 ହଜାର 999 ଟଙ୍କା ଦେଇ ଆଇଫୋନ କିଣିପାରିବେ ।

ସ୍ମାର୍ଟଫୋନ ଡିଲ୍-

  •  ଆଇଫୋନ୍ 15: ଏହି ସେଲରେ iPhone 15 ମାତ୍ର 49,999 ରେ କିଣିପାରିବେ । ଏହାର ପ୍ରକୃତ ଦାମ୍  69,990 ଅଟେ ।
  • Realme P2 Pro 5G: ଏହି ସେଲରେ Realme P2 Pro 5G ଦାମ୍ ବହୁତ କମ୍ ରହିଛି । ମାତ୍ର 19 ହଜାର 999 ଟଙ୍କାରେ କିଣିପାରିବେ ଗ୍ରାହକ ।
  • Samsung Galaxy S23: ସାମସଙ୍ଗ ଗାଲାକ୍ସି S23 ମଧ୍ୟ ଦମଦାର ଅଫରରେ ମିଳୁଛି । HDFC କ୍ରେଡିଟ୍ କାର୍ଡ ରିହାତିରେ ମାତ୍ର 11 ହଜାର 999 ଟଙ୍କାରେ କିଣିପାରିବେ ।
  • Realme 8s 5G: Realme 8s 5G ମାତ୍ର 15,999 ରେ କିଣିପାରିବେ । ଏଥିରେ 6.5 ଇଞ୍ଚର HD + ଡିସପ୍ଲେ ଏବଂ ମିଡିଆଟେକ ଡାଇମେନସିଟି 810 ପ୍ରୋସେସର ଅଛି ।

ସ୍ମାର୍ଟଟିଭି

  • Samsung 32-inch Smart TV- ସାମସଙଅଗର 32 ଇଞ୍ଚ ସ୍ମାର୍ଟଟିଭି 10 ହଜାରରୁ ମଧ୍ୟ କମ୍ ଟଙ୍କାରେ ମିଳୁଛି । ଏଥିରେ ଏଚଡି ରେଡି ଡିସପ୍ଲେ ଏବଂ 300 ପ୍ଲସ ଫ୍ରି ଚ୍ୟାନେଲ ମିଳିଥାଏ ।
  • Samsung 43-inch 4K TV: ସାମସଙ୍ଗ 43 ଇଞ୍ଚ 4କେ ଟିଭିର ଦାମ୍ 24 ହଜାର 999 ଟଙ୍କା ରହିଛି ।

ଲାପଟପ୍ ଡିଲ୍ସ

  • MacBook Air M2: ସେଲରେ ମ୍ୟାକବୁକ ମଧ୍ୟ ଭଲ ଡିଲରେ ମିଳୁଛି । MacBook Air M2ର ଦାମ୍ ମାତ୍ର 66 ହଜାର 990 ଟଙ୍କା ରହିଛି ।
  • HP Pavilion Gaming Laptop- ଏଥିରେ ମଧ୍ୟ ସାନଦାର ଡିଲ୍ ରହିଛି । ଏହାର ଦାମ୍ ମାତ୍ର 49 ହଜାର 999 ଟଙ୍କା ରହିଛି ।

Get real time updates directly on you device, subscribe now.