fbpx

ଖର୍ଚ୍ଚ କାଟ କରିବାକୁ ଫ୍ଲିପକାର୍ଟ ନେଲା କଠିନ ନିଷ୍ପତି, ୪,୫୦୦ ବରିଷ୍ଠ କର୍ମଚାରୀଙ୍କ ବଢ଼ିବନି ଦରମା

ନୁଆଦିଲ୍ଲୀ: ଆଇଟି ଶିଳ୍ପରେ ଚାଲିଥିବା ଛଟେଇ ମଧ୍ୟରେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏହାର ୭୦ ପ୍ରତିଶତ କର୍ମଚାରୀଙ୍କର ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀର ଏହି ନିଷ୍ପତି ପରେ ପ୍ରାୟ ୪,୫୦୦ କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିବ। କମ୍ପାନୀ ଏକ ଇମେଲ୍ ଜରିଆରେ ଏହି ସୂଚନା ଦେଇଛି। କମ୍ପାନୀ କହିବା ମୁତାବକ ଯେଉଁ ବରିଷ୍ଠ କର୍ମଚାରୀମାନେ ଗ୍ରେଡ୍ ୧୦ ଏବଂ ତାଠାରୁ ଅଧିକ ଉପରେ ରହିଛନ୍ତି, ସେମାନଙ୍କର ଦରମା ବୃଦ୍ଧି ହେବନାହିଁ। ଗ୍ରେଡ୍ ୧୦ ଏବଂ ତାଠୁ ଉପରେ ମ୍ୟାନେଜର ଏବଂ ଭାଇସ ପ୍ରେସିଡେଣ୍ଟ ରହିଛନ୍ତି।

ତଥାପି, ବରିଷ୍ଠ କର୍ମଚାରୀମାନଙ୍କ ପାଇଁ ଡରିବାର କୌଣସି କାରଣ ନାହିଁ। ୱାଲମାର୍ଟ ମାଲିକାନା କମ୍ପାନୀ କହିଛି ଯେ ଯୋଜନା ଅନୁଯାୟୀ ଏହା କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବ। ସେହିଭଳି ମେଡିକାଲ ଆଦି ସମସ୍ତ ସୁବିଧା ମଧ୍ୟ ପୁର୍ବଭଳି ମିଳିବା ଜାରି ରହିବ ବୋଲି କମ୍ପାନୀ କହିଛି। ଉଲ୍ଲେଖନୀୟ ବିଷୟ ହେଉଛି, କମ୍ପାନୀର ବାର୍ଷିକ ମୂଲ୍ୟାଙ୍କନ ସମାପ୍ତ ହୋଇଛି ଏବଂ ଏପ୍ରିଲ ୧ ରୁ ଏହି ବୃଦ୍ଧି ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ଫ୍ଲିପକାର୍ଟ ଏକ ବିବୃତ୍ତିରେ କହିଛି ଯେ ଏହି ବୃଦ୍ଧି ‘ବର୍ତ୍ତମାନର ମାକ୍ରୋ-ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମର ସମ୍ବଳ ପରିଚାଳନାରେ ଚତୁର ହେବାକୁ ଚାହୁଁଛୁ। ଏହା ଅନୁଯାୟୀ, ଆମର ୭୦ ପ୍ରତିଶତ କର୍ମଚାରିଙ୍କର ଦରମା ବୃଦ୍ଧି ପାଇବ।’

 

Get real time updates directly on you device, subscribe now.